ଫୋକସ ପ୍ଲସ(ରାଉରକେଲା)୧/୦୮/ ୨୦୨୨:ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ ବିଦ୍ୟୁତ ସେଵା ଵ୍ୟାହତ କିମ୍ବା ବିଦ୍ୟୁତ ମରାମତି ସମୟରେ ପାନୀୟ ଜଳ ଯୋଗାଣ ବନ୍ଦ ନହେଵ ସେଥିପାଇଁ ଜନସ୍ଵାସ୍ଥ୍ୟ ଵିଭାଗର ସ୍ଵତନ୍ତ୍ର ଇଲେକ୍ଟ୍ରିକାଲ ଫିଡର ଓ ଟ୍ରାନସଫରମର ନିର୍ମାଣ ପାଇଁ ଆଜି ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ଅନୁଦାନରେ ୭୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଵାକୁ ଥିବା ଏହି ପ୍ରକଳ୍ପକୁ ପାନପୋଷ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଆଜି ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଇଲେକ୍ଟ୍ରିକାଲ ଫିଡର ଓ ଟ୍ରାନ୍ସଫରମର ନିର୍ମାଣ କାର୍ଯ୍ୟ ଶେଷ ହେଵା ପରେ ର ୱାଟର ଏବଂ ଇଣ୍ଟେକ୍ଟ ପମ୍ପିଙ୍ଗ ସେଣ୍ଟରକୁ ସ୍ଵତନ୍ତ୍ର ଭାବେ ବିଦ୍ୟୁତ ଯୋଗାଣ କରାଯିଵ। ରାଉରକେଲା ସହରରେ ବିଦ୍ୟୁତ ସେଵା ଵ୍ୟାହତ ହେଉଥିବା ସମୟରେ ମଧ୍ୟ ରାଉରକେଲା ସହରରକୁ ନିରବଚ୍ଛିନ୍ନ ଭାବେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇପାରିବ। ସହରର ସମସ୍ତ ବାସିନ୍ଦାଙ୍କ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଏଵେ ସହରଵାସୀଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଵ୍ୟଵସ୍ଥା ହେଉଛି। ରାଉରକେଲା ସହରର ୩ ଲକ୍ଷ ୪୦ ହଜାର ଵାସୀନ୍ଦାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ରାଉରକେଲା ସହରର ୬୨ ହଜାର ବାସଗୃହକୁ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ସଂଯୋଗ କରାଯାଇଥିବା ବେଳେ ଏଵେ ୨୪ ଘଣ୍ଟିଆ ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ପାଇଁ ଵ୍ୟଵସ୍ଥା ଆରମ୍ଭ ହୋଇଛି। ଆସନ୍ତା ତିନି ମାସ ମଧ୍ୟରେ ଇଲେକ୍ଟ୍ରିକାଲ ଫିଡର ଓ ଟ୍ରାନସଫରମର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।ରାଉରକେଲା ସହରଵାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଵାର ବ୍ୟବସ୍ଥା କରାଯାଉ ଥିବାରୁ ବିଧାୟକ ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଜିର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସମୟରେ ୱାଟକୋ ଜେନେରାଲ ମ୍ୟାନେଜର ଇଞ୍ଜିନିୟର ଆଦିଲ ମହମ୍ମଦଙ୍କ ସମେତ ଇଞ୍ଜିନିୟର ସୁବାସ ଚନ୍ଦ୍ର ରାଉତ, ଇଞ୍ଜିନିୟର ଶ୍ରୀଧର ପଟ୍ଟନାୟକଙ୍କ ସହ ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ବିୟୁରୋ ରିପୋର୍ଟ ଫୋକସ ପ୍ଲସ