ଷଣ୍ଢ ଗୋଡକୁ ହାଣି ଦେଲା ନୃଶଂସ ମଣିଷ

ଫୋକସ ପ୍ଲସ(ଉଦଳା)୧୪/୦୮/୨୦୨୨: ସ୍ଵାର୍ଥପର ମଣିଷ, ନିଜର ସ୍ବାର୍ଥ ପାଇଁ ଅତି ନିମ୍ନ ମାନର କାର୍ଯ୍ୟ କରିବାକୁ ପଛାଇ ନଥାଏ,ନିଜର ସ୍ୱାର୍ଥ ପାଇଁ କତେବେଳେ ବିବେକ ଜ୍ଞାନ କୁ ମଧ୍ୟ ହରାଇ ଦେଇଥାଏ, ମଣିଷ ନିଜ ହିତ ଜ୍ଞାନ ଭୁଲି ଯାଇଥାଏ ନିଜର ଛୋଟ ଛୋଟ ସ୍ଵାର୍ଥ ସାଧନ ପାଇଁ। ଆପଣ ଦେଖୁଥିବା ଏହି ନିରିହ ଶଣ୍ଢ ର ଭୁଲ ବା କଣ ? ହଁ ଜଣେ ମଣିଷ ଗୋଟିଏ ନିରିହ ଏହି ପଶୁ ର ଗୋଡ଼ କୁ ହାଣି ଦେଇଛି ,କାରଣ ଶୁଣିଲେ ଆପଣ କିଛି ସମୟ ସ୍ତବ୍ଧ ହୋଇଯିବେ, ଓ ଭାବିବେ, ସତରେ କଣ ମଣିଷ ଏତେ ନିର୍ଦୟ,ନିରିହ ପଶୁ ଟି ତାର ତ ମଣିଷ ପରି ବୁଦ୍ଧି ଶୁଦ୍ଧି ନାହିଁ,ହେଲେ ପୃଥିବୀର ସବୁଠୁ ଚତୁର ପ୍ରାଣି, ମଣିଷ ର ଏତେ ବୁଦ୍ଧି ଥାଇ ମଧ୍ୟ ନିଜର ହିତାହିତ ଜ୍ଞାନ ଭୁଲି ଶଣ୍ଢ ପରି ଏକ ନିରୀହ ପଶୁଙ୍କୁ କଟୁରି ରେ ତା ଗୋଡ଼ କୁ ହାଣି ଦେଇଛି କାରଣ ଶଣ୍ଢ ଟି ତା ଚାଷ ଜମିରେ ପଶି ଧାନ ଗଛ ଖାଇ ଦେଇଥିଲା । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଅଞ୍ଚଳରେ ଏହି ଶଣ୍ଢ ଟି ଜଣେ ଲୋକ ଙ୍କ ବିଲ ରେ ପଶି ଧାନ ଖାଇଦେବାରୁ ଉତ୍ୟକ୍ତ ହୋଇ ଜମି ମାଲିକ କଟୁରୀ ରେ ଶଣ୍ଢ ଗୋଡ଼କୁ ହାଣି ଦେଇଥିଲା ଫଳରେ ଶଣ୍ଢ ର ଗୋଡ଼ ଟି ଦେହରୁ ଝୁଲି ପଡ଼ିଥିଲା ଏହି ଖବର ପାଇ ସ୍ଥାନୀୟ ଜଣେ ଶିକ୍ଷୟିତ୍ରୀ ଶଣ୍ଢ କୁ ସ୍କୁଲ ପରିସରରେ ରଖି ଖାଇବା ପିଇବା ଦେଇ ଚିକିତ୍ସା କରାଇ ଥିଲେ ।ହେଲେ ଅବସ୍ଥା ସଂକଟାପନ୍ନ ହେବାରୁ ସେ ବାରିପଦା ର ପଶୁ, ପକ୍ଷୀ ଏବଂ ପରିବେଶ ପ୍ରେମୀ ସଂଗଠନ କୁ ଖବର ଦେଇଥିଲେ । ଖବର ପାଇ ସଂଗଠନ ର ସଦସ୍ୟ ମାନେ ଶଣ୍ଢ କୁ ଉଦ୍ଧାର କରି ବାରିପଦା ର ଏକ ସ୍କୁଲ ପରିସରରେ ରଖି ଚିକିତ୍ସା ଆରମ୍ଭ କରିଛନ୍ତି,ଶଣ୍ଢ ର ଗୋଡ଼ ଟିକୁ କାଟିବାକୁ ପଡ଼ିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।କଥା କହିପାରୁ ନ ଥିବା ଶଣ୍ଢ ଟିର ଗୋଡ଼ ଟି ଗଭିର ଇନଫେକସନ ହୋଇଥିବା ବେଳେ ଏହି ପ୍ରକାର ର କାଣ୍ଡ ପାଇଁ ଶକ୍ତ ଆଇନ୍ ମଧ୍ୟ ରହିଛି।ଲୋକ ସଚେତନତା ଅଭାବ ଯୋଗୁଁ ଏହି ପରି ଅନେକ ଘଟଣା ବାରମ୍ବାର ଘଟୁଥିବା କହିଛନ୍ତି ପଶୁ,ପକ୍ଷି ପରିବେଶ ପ୍ରେମୀ ସଂଗଠନ।

ଉଦଳା ରୁ ଦିଲ୍ଲୀପ କୁମାର ପରିଡା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *