ଫୋକସ ପ୍ଲସ(କଟକ) ୨୮/୦୭/ ୨୦୨୨: କଟକ ରେଳଷ୍ଟେସନ ଟ୍ରାକରେ ଦେଖିବାକୁ ମିଳିଛି ଏକ ହୃଦୟବିଦାରକ ଘଟଣା । ଜଣେ ମା’ ତାର କୋମଳମତି ଶିଶୁକୁ କୋଳରେ ଧରି ଅପେକ୍ଷା କରିଥିଲା ମୃତ୍ୟୁକୁ |ରେଳ ଟ୍ରାକ ଉପରେ ବସି ରହି ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିବା ବେଳେ କଟକ ଆରପିଏଫ ପୋଲିସରେ କାର୍ଯ୍ୟରତ ଏଏସଆଇ ରୋଜି ମାହାନ୍ଦା ସେଠାରେ ପହଞ୍ଚି ମା’ ଓ ଶିଶୁକୁ ଉଦ୍ଧାର କରିଛନ୍ତି। ମହିଳା ପୋଲିସଙ୍କ ବୁଝାସୁଝା ପରେ ନିଶ୍ଚିନ୍ତ ଭାବେ ଦୁଇଜଣଙ୍କ ଜୀବନ ବଞ୍ଚି ଯାଇଛି। ପାରିବାରିକ ସମସ୍ୟାକୁ ନେଇ ମହିଳା ଜଣକ ଆତ୍ମହତ୍ୟା ର ରାସ୍ତାକୁ ବାଛି ନେଇଥିବା ଜଣାପଡିଛି |ଏନେଇ ଆରପିଏଫ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ପାରିନାହିଁ । ତେବେ ମହିଳା ପୋଲିସଙ୍କ ଉପସ୍ଥିତି ବୁଦ୍ଧି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।
ଜଗତପୁର ରୁ ପୂର୍ଣଚନ୍ଦ୍ର ସ୍ୱାଇଁଙ୍କ ରିପୋର୍ଟ ଫୋକସ ପ୍ଲସ |