ଫୋକସ ପ୍ଲସ (ଓଡାପଡା) ୦୨/୦୭/୨୦୨୨: ଗୁରୁ ଶିଷ୍ୟର ପରମ୍ପରା କେଉଁ ପୁରାଣ କାଳରୁ ସାଜିଛି ସମାଜ ପାଇଁ ଏକ ନୂତନ ଦିଗଦର୍ଶନ |ସେ ଯାଜାପୁର ର ଚାଟଶାଳୀ ଶିକ୍ଷକ ନନ୍ଦ ସାର ହୁଅନ୍ତୁ କିମ୍ବା ଉପାନ୍ତ ଅଞ୍ଚଳ କୋରାପୁଟ ଲମତାପୁର ର ଡ୍ୟାନସିଂ ଶିକ୍ଷକ ପ୍ରଫୁଲକର ପାତ୍ର ହୁଅନ୍ତୁ |ଏମାନଙ୍କ ଭଳି ମହାନ ଶିକ୍ଷକ ମାନଙ୍କ ପାଇଁ ଆଜି ଗୁରୁ ଶିଷ୍ୟ ର ମହାନତା କୁ ପୁରା ଓଡିଶା ବାସି ଆଜି ଯାଏଁ ହୃଦୟ ସ୍ଥାନ ଦେଇଥିବା ବେଳେ |ବର୍ତମାନ କିଛି ଏମିତି ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଛନ୍ତି ଯେଉଁ ମାନେ ଶିକ୍ଷା ପ୍ରଦାନ ଭଳି ଏକ ମହାନ କାର୍ଯ୍ୟ ଓ ଗୁରୁ ଶିଷ୍ୟ ର ପବିତ୍ର ସମ୍ପର୍କ କୁ ଏମିତି କଦର୍ଯ୍ୟ କରୁଛନ୍ତି ଯାହା ପାଇଁ ସମାଜ ରେ ଗୁରୁ ଶିଷ୍ୟ ର ପବିତ୍ର ସମ୍ପର୍କ ବଦନାମ ହେବାର ଲାଗିଛି lଆମେ କହିବା ର ତାତ୍ପର୍ଯ୍ୟ ଏହିକିଯେ ଗତ ଦୁଇ ଦିନ ତଳେ ଜଣେ ଶିକ୍ଷୟତ୍ରି ଙ୍କ ଆସାଦଆଚରଣ ଓ ବ୍ୟବହାର ପାଇଁ ବିଦ୍ୟାଳୟ ଭଳି ଶିକ୍ଷା ମନ୍ଦିର ର କଥା ଯାଇ ପହଁଚିଲା ଥିଲା ଥାନା ମାମଲା ପର୍ଯ୍ୟନ୍ତ lଯାହାକି ସୂଚନା ମୁତାବକ ଶିକ୍ଷୟିତ୍ରୀ ଙ୍କ ମାଡ଼ ରେ ଶିଶୁ ଆହତ ହେଇଥିବାରୁ ଏ ନେଇ ଶିଶୁ ର ପିତାମାତା ଥାନାର ଦ୍ୱାରସ୍ଥ ହୋଇଥିଲେ l
ପ୍ରକୃତ ରେ ଏ ଘଟଣା ର କଣ ରହିଛି ସତ୍ୟାସତ୍ୟ ତାହାର ପ୍ରକୃତ ସନ୍ଧାନ କରିବାପାଇଁ ଅମେ ପହଁଚିଥିଲୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅଧୀନ ପନେଇଲୋ ପ୍ରଥମିକ ବିଦ୍ୟାଳୟ ରେ lଘଟଣା ସ୍ଥଳରେ ପ୍ରଥମେ ଆହତ ଛାତ୍ରୀଙ୍କ ମା ମୁନି ମହାରଣା focus plus କ୍ୟାମରା ସାମ୍ନା ରେ ତାଙ୍କ ଚାରି ବର୍ଷ ର କୁନି ଝିଅ ସବୁଦିନ ଭଳି ସେଦିନ ମଧ୍ୟ ପନେଇଲା ପ୍ରାଥମିକ ବିଦ୍ୟାଳୟ କୁ ପାଠ ପଢି ଯାଇଥିବାବେଳେ ହଠାତ ସ୍କୁଲ ରୁ ଛାତ୍ରଛାତ୍ରୀ ମାନେ ତାଙ୍କୁ ଖବର ଦେଇଥିଲେ ଯେ ତାଙ୍କ ଝିଅ ଦେହ ଅସୁସ୍ଥ ହୋଇ ପଡ଼ିଛି।
ଖବର ପାଈ ଛାତ୍ରୀଙ୍କ ମା ମୁନି ମହାରଣା ସ୍କୁଲ ରେ ପହଁଚି ଦେଖିଲେ ଝିଅ ତାଙ୍କର ବେହୋସ ହୋଇ ପଡିଛି l ଏବାବଦରେ ଯେତେବେଳେ ସେ ପ୍ରଧାନଶିକ୍ଷୟତ୍ରୀ ଙ୍କୁ ଝିଅ ର ଅସୁସ୍ଥତା ର କାରଣ ସମ୍ପର୍କ ରେ ପଚାରିଲେ ଦିଦି ତାଙ୍କୁ କୌଣସି ଉତ୍ତର ନଦେଇ ହଠାତ ସ୍କୁଲ ବନ୍ଦ କରି ସ୍କୁଲ ରୁ ଘରକୁ ଯିବାକୁ ବାହାରି ଥିଲେ l ଆହତ ମୁନି ମହାରଣା ଝିଅର କଥା ଶୁଣି ଦିଦିଙ୍କୁ କହିଲେ ଦିଦି ଆସନ୍ତୁ ମେଡିକାଲ ଯିବା,କିନ୍ତୁ ଦିଦି ତାଙ୍କ କଥା ନଶୁଣି ତାଙ୍କୁ ଆସାଦଆଚରଣ ସହ ଗାଳିଗୁଲଜ କରିବାରୁ ସେ ବାଧ୍ୟ୍ୟ ହୋଇ ନିକଟସ୍ଥ ହିନ୍ଦୋଳରୋଡ଼ ଫାଣ୍ଡି ରେ ଦିଦି ଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିବା କଥା କ୍ୟାମେରା ଆଗରେ ପ୍ରକାଶ କରିଥିଲେ । ଅପର ପକ୍ଷେ ସ୍ଥାନୀୟ ବାସିନ୍ଦା ଙ୍କ ସୂଚନା ନେବାରୁ ସେମାନେ ସିଧାସଳଖ ଗଣମାଧ୍ୟମ ଆଗରେ ପନେଇଲୋ ବିଦ୍ୟାଳୟ କିଛି ପାଠ ପଢା ହେଉନାହିଁ ଦିଦି ମାନେ ନିଜ ନିଜ ଭିତରେ କଳି କଜିଆ ଲାଗୁଛନ୍ତି, ଫଳରେ ପିଲା ମାନେ ଏଠି ଗୁଣବତ୍ତା ଶିକ୍ଷା ଗ୍ରହଣ କରିବେ ନାଁ ଦିଦି ମାନଙ୍କ ର କଳି କଜିଆ ଶୁଣିବେ ପୁଣି ଦିଦି ମାନେ ସ୍ମାର୍ଟଫୋନ ରେ ସର୍ବଦା ଲିପ୍ତ ରହୁଥିବା କଥା ସେ ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିଲେ। ଏପଟେ ସ୍କୁଲ ନିକଟରେ ଏକ ବିଦ୍ୟୁତ ଟ୍ରାନ୍ସଫରମର ରହିଥିବାବେଳେ ପିଲାମାନଙ୍କ ସୁରକ୍ଷା ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ନଜର ନଥିବା ଓ ପଞ୍ଚମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କୁ ପାଞ୍ଚ ଙ୍କ ପଣିକିଆ ମଧ୍ୟ ଆସିନି ବୋଲି ନିକଟସ୍ଥ ବାସିନ୍ଦା ଅଭିଯୋଗ କରିଛନ୍ତି।ଏ ବାବଦ ରେ ଆମ ପ୍ରତିନିଧି ଯେତେବେଳେ ପନେଇଲୋ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସିଏ କିଛି ପ୍ରତିକ୍ରିୟା ନରଖି ଗଣ ମାଧ୍ୟମକୁ ଚିଲିଯିବାକୁ କହିଥିଲେ ।ଏପଟେ ବ୍ଲକ ଏଜୁକେସନ ଅଫିସର ଙ୍କ ପ୍ରତିକ୍ରିୟା ନେବାରୁ ଆମ ପାଖରେ ସେମିତି କୌଣସି ଖବର ନାହିଁ କିମ୍ବା ଏବବାଦ ରେ ଶିକ୍ଷା ବିଭାଗ ରୁ ଆମକୁ କୌଣସି ସୂଚନା ମିଳିନାହିଁ ବୋଲି ପ୍ରକାଶ କରିଥଲେ।
ଜଣେ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଗଣ ମାଧ୍ୟମ ସାମ୍ନା କୁ ନଆସିବା ଏବଂ ସ୍ଥାନୀୟ ବାସିନ୍ଦା ଙ୍କ ମାଳମାଳ ଅଭିଯୋଗ ହିଁ ଏଠି ସ୍ପଷ୍ଟୀକରଣ କରୁଛି ଏ ବିଦ୍ୟାଳୟ ରେ କେଉଁ ଭଳି ଶିକ୍ଷାପ୍ରଦାନ କରାଯାଉଛି ।ଦେଖାଯାଉ ପରବର୍ତୀ ସମୟରେ ଆମ ପ୍ରଶାସନ ଓ ଶିକ୍ଷାବିଭାଗ ଏଥି ପ୍ରତି କେଉଁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛନ୍ତି l
ଓଡ଼ାପଡ଼ାରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |