ଫୋକସ ପ୍ଲସ (ଆଠମଲ୍ଲିକ)୨୨/୦୭/୨୦୨୨: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବାସରମୁଣ୍ଡା ପଂଚାୟତ ଅନ୍ତର୍ଗତ ତାଳମଳିହା ଗ୍ରାମରେ ଶାଶୁ ବୁଢ଼ୀ କୁ ଖାଇବାକୁ ଦେବା ପରିବର୍ତେ ଘରର କବାଟ ତାଲା ପକାଇ ବହୁ ଫେରାର ହୋଇଯାଇଥିବା ଏ ଅଂଚଳରେ ଚାଂଚଲ୍ୟକର ଘଟଣା ଦେଖାଦେଇଛି । ସୂଚନା ନେବାରେ ଜଣା ଯାଏକି ଜୟନ୍ତୀ ସ୍ୱାଇଁ ( ୭୦ )ବର୍ଷ ଙ୍କ ଦୁଇଟି ପୁଅ ଓ ଦୁଇଟି ଝିଅ । ବଡ ପୁଅ ସୁଶାନ୍ତ ସ୍ୱାଇଁ ଓ ସାନ ପୁଅ ପ୍ରଶାନ୍ତ ସ୍ବାଇଁ ଅଟନ୍ତି ।ବୈଦିକ ରୀତିରେ ସାନ ପୁଅ ପ୍ରଶାନ୍ତ ସ୍ୱାଇଁ ବାହାଘର ହୋଇଥିଲେ ହେ ସ୍ତ୍ରୀ ର ଆଚରଣ କୁ ନେଇ ପ୍ରଶାନ୍ତ ଦ୍ୱିତୀୟ ସ୍ତ୍ରୀ ଗ୍ରହଣ କରିଥିବା ଦେଖାଦେଇଛି । ପ୍ରଥମ ସ୍ତ୍ରୀ ମମତା ସାହୁ ଓ ସ୍ୱାମୀ ପ୍ରଶାନ୍ତ ସ୍ୱାଇଁ ଙ୍କ ମନ ମାଳିନ ଯୋଗୁଁ ଥାନା ଠାରୁ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପର୍ଯ୍ୟନ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ।ହେଲେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ କୌଣସି ପ୍ରକାର ନ୍ୟାୟ ନମିଳିବାଏକ ଦୁଭାଗ୍ୟ ଜନକ ଦୃଶ୍ୟ ଦେଖାଦେଇଛି । ଦୁଃଖର ବିଷୟ ବୁଢ଼ୀ ମା ବଡ଼ ପୁଅ ସୁଶାନ୍ତ ଘରେ ଦୁଇ ବର୍ଷ କାଳ ଖାଇବା ପାଳି ସାରିବା ପରେ ସାନପୁଅ ଘରେ ଖାଇବା ପାଳି ପଡିଲା । ବୁଢ଼ୀ ମା ସାନ ପୁଅ ଘରକୁ ଅଦ୍ୟ ତା ୨୧/୭/୨୨ ରିଖ ସକାଳ ୭ ଘଣ୍ଟିକା ସମୟରେ ଖାଇବାକୁ ଆସିବା ବେଳେ ବୋହୁ ମମତା ସାହୁ ଶାଶୁ କୁ ଦେଖି ନାନା ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଘର କବାଟ ବନ୍ଦ କରି ତାଲା ପକାଇ ଥାନାକୁ ଯାଉଛି କହି ଫେରାର ହୋଇଯାଇଥିବା ଜଣାଯାଇଛି । ବୁଢ଼ୀ ଶାଶୁମା ଅଖିଆ ପିଆ ପାଣି ବୋତଲେ ପାଖରେ ରଖି ବର୍ତମାନ ସୁଧା ସାନ ପୁଅ ଘର ସାମନାରେ ଆମରଣ ଅନଶନ ଭାବେ ବସି ରହିଛି । ତାଳମାଳିହା ଗ୍ରାମର ଲୋକେ ଯେତେ ବୁଝାଇଲେ ମଧ୍ୟ ସାନପୁଅ ବାଟମୁହଁରୁ ମାରିବି ପଛେ ଏଠାରୁ ଉଠିବି ନାହିଁବୋଲି ଗ୍ରାମବାସୀଙ୍କୁ ଉତ୍ତର ଦେଉଛନ୍ତି ।ଏଣୁ ପ୍ରସାଶନିକ ବିଭାଗ ଯଥାଶୀଘ୍ର ନିରାଶ୍ରୟ ବୃଦ୍ଧାର ଜୀବନ ବଞ୍ଚାଇବା ସହିତ ଉଚିତ ନ୍ୟାୟ ପ୍ରଦାନ କରିବାକୁ ସାଧାରଣ ରେ ଦାବୀ ହେଉଛି ।
ଆଠମଲ୍ଲିକ ରୁ କରୁଣାକର ନାୟକଙ୍କ ରିପୋର୍ଟ ଫୋକସ ପ୍ଲସ ।