ଫୋକସ ପ୍ଲସ(ଲାଞ୍ଜିଗଡ)୧୦/୦୮/୨୦୨୨:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଖମାରି ଗ୍ରାମର ସେମାଁଚି ଦୋରା ଙ୍କ ମାଟି ଘର ଲୋଗୁଚାପ ଜନିତ ଲଗାଣ ବର୍ଷାରେ ଘର ସମ୍ପୂର୍ଣ ଭାବେ ଭୁଶୁଡି ଯାଇଛି!ଫଳରେ ପରିବାର ଲୋକେ ଅସହାୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି!ଅନ୍ୟ ପକ୍ଷରେ ସିମାଁଚି ଦୋରା ଜଣେ ବିଧବା ମହିଳା ହୋଇଥିବା ବେଳେ ସେଜଣେ ଅତିଗରିବ ଶ୍ରେଣୀ ଦିନ ମଞ୍ଜୁରୀଆ ମୂଳ ଲାଗିଲେ ଚୁଲି ଜଳେ!ଅତି ଗରିବ ହୋଇଥିବାରୁ ଘର ଖଣ୍ଡିକ ପାଇଁ ପ୍ରଶାସନ କୁ ଗୁହାରି କଲା ପରେ ମଧ୍ୟ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଯୋଗୁଁ ଆଜି ଏହି ଦୂରଦିନ ଅବସ୍ଥାରେ ପଡି ରହିଛନ୍ତି ପରିବାର!ସେ ନିଜ ମାଟି କୁଡ଼ିଆ ଘରେ ପରିବାର ଶହ ଖରା ବର୍ଷାରେ ଜୀବନ ଯାପନ କରନ୍ତି!କିନ୍ତୁ ଆଜି ଲଗୁଚାପ ଜନିତ ଲଗାଣ ବର୍ଷାରେ ହଟାତ ଘର ଭୁଶୁଡି ପଡିଥିଲା ଫଳରେ ଘରେ ଥିବା ପରିବାର ଲୋକେ ବାହାରକୁ ଚାଲି ଆସିଥିବାରୁ ଅଳ୍ପକେ ଏକ ବଡ଼ ବିପଦରୁ ବର୍ତ୍ତିଯାଇଥିଲେ!ପରିବାର ଲୋକେ ଏବେ ଅନ୍ୟ ଘରେ ଆଶ୍ରୟ ନେଇଥିବା ଜଣା ପଡିଛି!ବର୍ତମାନ ଘର ସମ୍ପୂର୍ଣ ଭାବେ ଭୁଶୁଡି ଯାଇଥିବାରୁ ସେ ଚିନ୍ତାରେ ପଡ଼ିଥିବା ବେଳେ ତୁରନ୍ତ ବିଭାଗୀୟ ଅଧିକାରୀ ତଥା ଜିଲ୍ଲା ପ୍ରଶାସନ ଏତି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମ ବାସି ପକ୍ଷରୁ ଦାବି ହେଉଛି