ଫୋକସ ପ୍ଲସ(ଡେଲାଙ୍ଗ)୦୯ /୦୮/୨୦୨୨: ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରେଞ୍ଚ ଗ୍ରାମ ପଞ୍ଚାୟତ ରେ ଜଳ ଓ ପରିମଳ ମିଶନ ଆନୁକୁଲ୍ୟରେ ଗ୍ରାମୀଣ ସ୍ବଚ୍ଛ ଭାରତ ମିଶନ ଅଭିଯାନ ରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଜି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ଦ୍ଵାରା ଗଡିଛି ବର୍ଜ୍ୟବସ୍ତୁ ପରିଚାଳନା ଗାଡ଼ି। ଏହି ଗାଡିଟି ଷ୍ଟେସନ ଡେଲାଙ୍ଗ ସମେତ ଆଖପାଖ ଅଞ୍ଚଳରେ ବୁଲି ବର୍ଜ୍ୟବସ୍ତୁ ଗୁଡ଼ିକ ସଂଗ୍ରହ କରିବା ସହିତ ପରିବେଷ ପରିସ୍କାର ପରିଚ୍ଛନ ରହିବ ବୋଲି କହିଛନ୍ତି ସମିତି ସଭ୍ୟ ପ୍ରଭାତ କୁମାର ଜେନା। ଅନ୍ୟପଟେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତିସାହୁ ସାହୁ କହିଛନ୍ତି ଅତି ଶିଘ୍ର ଡେଲାଙ୍ଗ ବ୍ଲକ ରେ ବିଭିନ୍ନ ଗ୍ରାମପଞ୍ଚାୟତ ମାନଙ୍କରେ ବର୍ଜ୍ୟବସ୍ତୁ ଗାଡ଼ି କୁଡିକ ଶୁଭାରମ୍ଭ କରାଯାଇ ଡେଲାଙ୍ଗ ବ୍ଲକରୁ ସ୍ବଚ୍ଛତାର ବାର୍ତ୍ତା ଦିଆଯିବ। ସେହିପରି ଅନ୍ୟମାନଙ୍କ ମଧ୍ୟରେ ରହିଥିଲେ ଡେଲାଙ୍ଗ ବ୍ଲକ ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ ଏବଂ ସରପଞ୍ଚ ହରିହର ସ୍ବାଇଁ ସମିତି ସଭ୍ୟ ପ୍ରଭାତ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା |
ଡେଲାଙ୍ଗ ରୁ ପ୍ରଦୀପ କୁମାର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |