ଫୋକସ ପ୍ଲସ ୧୦/୬/୨୨ (କାମାକ୍ଷାନଗର): ନିଶାଶକ୍ତ ଯୁବକଙ୍କ ଉନ୍ମୁକ୍ତକାଣ୍ଡ।ବ୍ଲେଡରେ କାଟିଲା ନିଜ ତଣ୍ଟି ଓ ହାତ।ଗୁୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲର ଭର୍ତି।ଗୁରୁତର ଯୁବକ ହେଲେ କାମାକ୍ଷାନଗର ଥାନା କାଦୁଆ ପଞ୍ଚାୟତ ଗାଲୁ ଗ୍ରାମର ସତ୍ୟବ୍ରତ ବେହେରା।ସଂଧ୍ୟାରେ ମୁଣ୍ଡିଦେଉଳି ସ୍ଥିତ ଏକ ଔେଷଧ ଦୋକାନ ଆଗରେ ଯୁବକ ଜଣଙ୍କ ଛିଡା ହୋଇଥିବା ବେଳେ ହଠାତ ଏକ ବ୍ଲେଡରେ ହାତ ଓ ତଣ୍ଟିକୁ କାଟି ଦେଇଥିଲା।ଫଳରେ ପ୍ରବଳ ରକ୍ତଶ୍ରାବ ଯୋଗୁ ତଳେ ପଡିଯାଈଥିଲେ ପରେ ସ୍ଥାନିୟ ଲୋକଙ୍କ ସହାୟତାରେ ତାଙ୍କୁ ଉଧାର କରାଯାଇ ମେଡିକାଲର ଭର୍ତ୍ତୀ କରାଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ, ତାଙ୍କର ସ୍ବାସ୍ଥାବସ୍ଥା ଗୁରୁତର ଥିବା ବେଳେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି।