ଫୋକସ ପ୍ଲସ (ନୂଆପଡ଼ା)୨୭/୦୭/୨୦୨୨:ଲୋକଙ୍କ ମୌଳିକ ଆବଶ୍ୟକତା ପୁରଣ କରିବା ପାଇଁ ମାଳ ମାଳ ସରକାରୀ ଯୋଜନା କରିଥିବାବେଳେ ରାସ୍ତା, ବିଦ୍ୟୁତ, ସ୍ୱାସ୍ଥ୍ୟ, ଶିକ୍ଷା ପରି ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ ଏବେ ମଧ୍ୟ ଅନେକ ଗାଁ ରେ ଏସବୁ ଅପହଞ୍ଚ।ଏମିତି ଗାଁଟିଏ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଗ୍ରାମ ଭଏଷାଦାନୀ ପଞ୍ଚାୟତ ଅନ୍ତର୍ଗତ କଞ୍ଚନପୁର ବୋଡ଼େନ ବ୍ଲକର ଏହି ଗାଁଟି ବନ ପାହାଡ ଘେରା ରେ ଅବସ୍ଥିତ।ଗ୍ରାମବାସୀଙ୍କ ଦୁଃଖ ତାଙ୍କ ଗାଁ କୁ ଏପର୍ଯ୍ୟନ୍ତ ଗ୍ରାମରେ ଭଲ ରାସ୍ତା ଖଣ୍ଡେ ମଧ୍ୟ ନାହିଁ କି ପିଇବା ପାଣି ର ମଧ୍ୟ କୌଣସି ସୁବିଧା ନାହିଁ ଫଳରେ ଗାଁର ମହିଳା ମାନେ ଘଞ୍ଚ ଜଙ୍ଗଲ ଭିତରକୁ ପାଖା ପାଖି ଗୋଟିଏ କିଲୋମିଟର ଗଲେ ମାଟି କୂଅ କରି ଗୋଳିଆ ପାଣି କୁ ପିଇବା ପାଇଁ ବ୍ୟବହାର କରୁଛନ୍ତି l ଗାଁରେ ଉଆଟର୍ ସପ୍ଲାଇ ପାଣି ପାଇଁ ପାଇବ ପୋତା ଜାଇଛି କିନ୍ତୁ ତାହା କାର୍ଯ୍ୟ କାରୀ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l
ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଭଏଷାଦାନୀ ଗ୍ରାମ ପଞ୍ଚାୟତ ର କଞ୍ଚନପୁର ଗାଁ ରେ 30 ରୁ ଉର୍ଦ୍ଧ ଆଦିବାସୀ ସମ୍ପ୍ରଦାୟ ର ଲୋକ ବସ୍ ବାସ କରନ୍ତି।ଯିବା ଆସିବା ପାଇଁ ଏକ୍ ମାତ୍ର ସାହାରା କାଠ ତିଆରି ପୋଲ।ଆମ୍ବୁଲାନ୍ସ ଆସି ପାରେନି ବୋଲି ଗର୍ଭବତୀ ଓ ରୋଗୀଙ୍କୁ ଦୋଳା ରେ କିଛି ଦୂରକୁ ନେଲେ ଆମ୍ବୁଲାନ୍ସ ସାହାଯ୍ୟରେ ନେବାକୁ ପଡେ।ଗାଁର ସମସ୍ୟାକୁ ନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦ୍ବାରସ୍ଥ ହେଲେଣି।ରାସ୍ତା ପାଇଁ ବି ଡି ଓ,ଜିଲ୍ଲାପାଳ ସମେତ ଜନ ପ୍ରତିନିଧିଙ୍କୁ ଭେଟିଲେଣି।କିନ୍ତୁ କୌଣସି ସୁଫଳତା ମିଳୁନାହିଁ।ଦେଖା ଯାଉ ଫୋକସ ପ୍ଲସ୍ ର ଖବର ପ୍ରସାରଣ ପରେ ପ୍ରଶାସନ କେତେ ତପ୍ତ ରତା ଦେଖାଉଛି ତାହା ଦେଖିବାକୁ ବାକି ରହିଲା l
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୁ ଅଜିତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ୍