ଫୋକସ ପ୍ଲସ(ଥୁଆମୂଳ)୧୪/୦୮/୨୦୨୨: ଗରଦପୁର ବ୍ଲକ ର ସମସ୍ତ ପଞ୍ଚାୟତରେ ଦେଖିବାକୁ ମିଳୁଛି ପାନୀୟ ଜଳ ସଙ୍କଟ ଭୂତଳରୁ ଜଳସ୍ତର ହ୍ରାସ ଯୋଗୁ ପିଇବା ପାଣି ପାଇଁ ଅଭାବ ପରିଲିଖିତ ହେଉଥିଲା । ଯାହାକୁ ନେଇ ଗତ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରଦପୁର ବ୍ଲକର ଥିବା ୧୮ପଞ୍ଚାୟତ ଲାଗି ଏକ ମେଗା ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ କରିଛନ୍ତି ଯାହାର ବେୟଅଟକଳ ମୂଲ୍ୟ ୧୩୦ କୋଟି ୭୬ ଲକ୍ଷ ଟଙ୍କା ଥିବା ବେଳେ ଆସନ୍ତା ଦୁଇ ବର୍ଷ ଭିତରେ କାର୍ଯ୍ୟ ଶେଷ କରାଯିବ ବୋଲି କହିଛନ୍ତି । ଏହି ପ୍ରକଳ୍ପ ମଞ୍ଜୁରୀ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି ପାଟକୁରା ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲ । ଗତକାଲି ବିଧାୟିକା ଙ୍କ ପ୍ରତିନିଧି ତଥା ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସଞ୍ଜୟ ଅଗ୍ରୱାଲ ଓ ବିଜେଡି କର୍ମୀ ଜିଲ୍ଲାପରିଷଦ, ସରପଞ୍ଚ, ସମିତିସଭ୍ୟ ମାନଙ୍କୁ ନେଇ କଳାବୁଦା ଠାରେ ଏକ କୃତଜ୍ଞତା ସଭା କାର୍ଯ୍ୟକ୍ରମ କରିଥିଲେ ।
ପାରାଦୀପ ରୁ ମୁକ୍ତେଶ୍ଵର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍।