ଫୋକସ ପ୍ଲସ(ବାଲେଶ୍ୱର) ୨୯/୦୭/ ୨୦୨୨:ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ଗ୍ରାମ ପଂଚାୟତ ବଣିଆଡିହା ଗ୍ରାମ ରାସ୍ତା ଉପରେ ଆଣ୍ଠୁଏ ପାଣି l ଏହି ରାସ୍ତାଟି ଲଙ୍ଗଳେଶ୍ୱର ରୁ ବାଲେଶ୍ୱର କୁ ଯିବା ପାଇଁ ମୁଖ୍ୟ ରାସ୍ତା ହୋଇ ଥିବାରୁ ପ୍ରତେକ ଦିନ ସହ ସହ ମଟର ଗାଡି, ଯାତ୍ରୀ ବାହି ବସ,ସ୍କୁଲ ବସ,ଟ୍ରକ ସହିତ ଅନ୍ୟାନ୍ୟ ଗାଡି ଏହି ରାସ୍ତାରେ ଯିବା ଆସିବା କରନ୍ତି l ଲଙ୍ଗଳେଶ୍ୱର ରେ କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ, ପଶୁ ଡାକ୍ତରଖାନା, ହସ୍ପିଟାଲ ଥିବାରୁ ହଜାର ହଜାର ଲୋକ ଏହି ରାସ୍ତାରେ ନିର୍ଭର କରନ୍ତି l ଏହି ରାସ୍ତାରେ ପ୍ରେତେକ ଦିନ କିଛି ନା କିଛି ଘଟଣା ଦୁର୍ଘଟଣା ଘଟୁଛି l ଗୋଟିଏ ଜାଗାରେ ଉଚ୍ଚା ତ ଗୋଟିଏ ଜାଗାରେ ନୀଚା ଆଉ ଗୋଟିଏ ଜାଗାରେ ଆଣ୍ଠୁଏ ପାଣି ରାସ୍ତାର ଅବସ୍ଥା ଏତେ ସୂଚନିଅ ହୋଇ ପଡିଛି ତାହା ଆପଣମାନେ ଦେଖି ପାରୁଥିବେ l ଗ୍ରାମ ବାସୀଙ୍କ କହିବା ଅନୁସାରେ ୬ ମାସ ପୂର୍ବରୁ ରାସ୍ତାଟି ଭଲ ଥିଲା କିନ୍ତୁ ଏକ ମାସ ପୂର୍ବରୁ ରାସ୍ତା କାମ ପାଇଁ ଆସିଥିବା କଣ୍ଟ୍ରାକ୍ଟର ଏମିତି ରାସ୍ତା କାମ କରିଦେଲା ଯାହା ଫଳରେ ରାସ୍ତାର ଅବସ୍ଥା ସୂଚନୀୟ ହୋଇ ପଡିଛି l ବିଶେଷକରି ଗଂଜା ଗ୍ରାମରୁ ଭାନୁପୁରଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ଅତି ସୂଚନିଅ ହୋଇଛି l ରାସ୍ତାର ଗୋଟିଏ ପାଖରେ ଯାଇଥିବା ଡ୍ରେନରେ ମାଟିଓ ଅଳିଆ ଜମା ହେବାରୁ ଡ୍ରେନଟି ସମ୍ପୃନ ଭାବରେ ପୁତୀ ଯାଇଛି l ଗ୍ରାମବାସୀ RD ରୋଡ଼ ଅଧିକାରିଙ୍କୁ ବାରମ୍ବାର ଅଭିଯୋଗ କରିବା ସ୍ୱତେ ଏ ପର୍ଯନ୍ତ ରାସ୍ତାର ମରାମତି ହୋଇପାରୁନି l ସ୍ୱାଧୀନତାର୭୫ବର୍ଷ ପରେ ବି ମୁଖ୍ୟ ରାସ୍ତାର ଅବସ୍ଥା ଯଦି ଏମିତି ଗାଁ ଗହଳି ରାସ୍ତାର ଅବସ୍ଥା ଥିବ କେମିତି l ଗ୍ରାମବାସୀଙ୍କ ଅଭିଯୋଗ ଯଦି ଅଧିକାରୀ ରାସ୍ତାର ମରାମତି ନ କରନ୍ତି ତାହାଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ସହିତ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି l ଦେଖିବାକୁ ବାକିରହିଲା ରାସ୍ତାଟି୭୫ବର୍ଷ ରେ ମରାମତି ହେଉଛି ନାଁ୭୬ବର୍ଷ ପରେ ମରାମତି ହେଉଛି l
ବାଲେଶ୍ୱରରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |