ଫୋକସ ପ୍ଲସ (ଓଡ଼ାପଡ଼ା)୧୩/୦୭/୨୦୨୨ : ଏଠିକାର ନିର୍ମାଣ କାର୍ଯ୍ୟ କହୁଛି ଠିକାଦାରଙ୍କ ଭାଗ୍ୟ ଏବେ କୁବେର ସିନ୍ଦୁକରେ ?
ଆଉ ଚିତ୍ର ବଖାଣୁଛି କେତେ ମଜୁବୁତ ଏଠି ଉନୟନ ମୂଳକ କାର୍ଯ୍ୟ ?
ସର୍ବସାଧାରଣଙ୍କ ଉଦେଶ୍ୟରେ ସମର୍ପଣ ହୋଇଥିବା ମାର୍କେଟ କମ୍ପ୍ଲେକ୍ସ ଆଜି ସାଜିଛି ଗାଈଗୋର ଙ୍କ ରହଣି ସ୍ଥଳ
କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଏହା ମନମୁଖୀ ଶାସନ ନା ଉପରିସ୍ଥ ଅଧିକାରୀଙ୍କ ନିର୍ଦେଶରେ ନିଜେ କରୁଛନ୍ତି ଠିକା ଦାରି ?
ନା କାର୍ଯ୍ୟନିର୍ବାହ ଅଧିକାରି ଓ ଠିକାଦାରଙ୍କ ମଧ୍ୟରେ ରହିଛି ମଧୁଚନ୍ଦ୍ରିକା ସମ୍ପର୍କ ?
ଯାହା ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଵଦାଳୋ ଗ୍ରାମପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସର କଥା ଯେଉଁଠି ମାତ୍ର ତିନି ବର୍ଷ ମଧ୍ୟରେ ନିର୍ମାଣ ହୋଇ ଥିବା ମାର୍କେଟ କମ୍ପ୍ଲେକ୍ସ ଛାତରୁ ଗଳୁଛି ପାଣି |ଯାହାକି ଏଠି ରାଜ୍ୟ ସରକାର ଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ଗ୍ରାମ୍ୟ ଉନୟନ ସଂସ୍ଥା, ପଞ୍ଚାୟତ ସମିତି ଓଡାପଡା,ଢେଙ୍କାନାଳ ପକ୍ଷରୁ ଜନ ସାଧାରଣ ତଥା ପଞ୍ଚାୟତ ବାସୀଙ୍କ ହିତ ପାଇଁ ପ୍ରଥମ ଆର୍ଥିକ ବର୍ଷ 2018-19 ରେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ପାଇଁ 14th C. F. C ଫଣ୍ଡରୁ ଦଶ ଲକ୍ଷ ଓ ପରେ,ଆର୍ଥିକ ବର୍ଷ 2019-20 ରେ ସେହି 14th . C. F. C fund ରୁ ଚାରି ଲକ୍ଷ୍ୟ ପଚାଶ ହଜାର ଟଙ୍କା ର ଅଟକଳ ବ୍ୟୟ ବରାଦରେ ମାର୍କେଟ କପ୍ଲେକ୍ସ ର ସିଡ଼ି ଘର ସହ ୧୦ ବାଖରା ଘରର ଆନୁସଙ୍ଗିକ କାର୍ଯ୍ୟ ସମ୍ପର୍ଣ୍ଣ ହୋଇ ଶୁଭ ଉଦଘାଟନ ହୋଇସାରିଥିବାବେଳେ ଏହା ଜନସାଧାରଣ ଙ୍କ ସେବାରେ ଲାଗିନାହି…
ଏପଟେ ଜନସାଧାରଣ ଙ୍କ ଅଭିଯୋଗ ତିନି ମାସରେ ନିର୍ମାଣ ହୋଇଥିବା ହାଟ ଫୁଟୁଫାଥ ଓ ମାର୍କେଟ କମ୍ପ୍ଲେକ୍ସ ନିମ୍ନମାନର କର୍ଯ୍ୟ ଯୋଗୁ କେତେବେଳେ ମାର୍କେଟ କମ୍ପ୍ଲେକ୍ସ ଛାତ ରୁ ପାଣି ଗଳୁଛି ତ କେତେବେଳେ ହାଟ ଫୁଟୁଫାଥ ନିର୍ମାଣର ହୋଇଥିବା କଂକ୍ରିଟ ରୁ ବକଳା ଛାଡୁଚି ।
ଏଠି ପଞ୍ଚାୟତବାସୀ ଙ୍କ ଅଭିଯୋଗ ଏହି କାର୍ଯ୍ୟ ଜନସାଧାରଣ ଙ୍କ ନିମନ୍ତେ ପ୍ରହସନ ପାଲଟିଛି, ଆଉ ସବୁଠାରୁ ରୁ ବଡ଼ କଥା ହେଲା ମାତ୍ର ତିନି ବର୍ଷ ଆୟୁଷ ହୋଇଥିବା ଏହି ମାର୍କେଟ କମ୍ପ୍ଲେକ୍ସ ରୁ ଏବେ ପାଣି ଗଳୁଛି ଏବଂ ଗାଈ ଗୋରଙ୍କ ପାଇଁ ଗୁହାଳ ପାଲଟିଛି l
ନାଁ କୌଣସି ବ୍ୟବସାୟୀ ଏହି ପ୍ରକଳ୍ପ ରୁ ଲାଭବାନ ହେଉଛନ୍ତି ନାଁ ରାଜ୍ୟ ସରକାର ଏହି ପ୍ରକଳ୍ପ ରୁ କୌଣସି ରାଜସ୍ୱ ଅର୍ଜନ କରୁଛନ୍ତି l
ଏପଟେ ଯେଉଁ ମାର୍କେଟ କମ୍ପ୍ଲେକ୍ସର ହାଟ ଫୁଟଫାଥ ନିର୍ମାଣ ହୋଇଛି ତାହା ତିନି ଲକ୍ଷ୍ୟ, ଅଡ଼ ତିରିଶି ହଜାର,ଶହେ ଅଠାନବେ(3,38,198) ଟଙ୍କା ର ଅଟକଳ ରାଶି ବ୍ୟୟ ବରାଦରେ ହୋଇଥିବା ବେଳେ ତାହା କଳା ମୁଗୁନି ପଥର ଓ ଡଷ୍ଟ ବିଛା ହୋଇ ନିମ୍ନମାନର କାର୍ଯ୍ଯ ହୋଇଥିବା କଥା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ଏ ବିସୟରେ ରେ ଆମେ ଵଦାଳୋ ଗ୍ରାମପଞ୍ଚାୟତ ର ସରପଞ୍ଚ କ୍ରୀଷ୍ଣା ମହାନ୍ତିଙ୍କ ପ୍ରତିକ୍ରିୟା ନେବାରୁ ସେ କ୍ୟାମେରା ସାମ୍ନା ରେ ନିଜେ ପ୍ରତିକ୍ରିୟା ରେ କୁହନ୍ତି…
ମୁଁ ଏ ବାବଦ ରେ ଅବଗତ ଅଛି,ଓ ଏହା ସମ୍ପୂର୍ଣ୍ଣ ରୂପେ ନିମ୍ନ ମାନ ର କାର୍ଯ୍ୟ ହୋଇଛି ଏ ବାବଦ ରେ ମୁଁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ମଧ୍ୟ ଜଣାଇଛି, ସେ ଏହାର ଉଚିତ ତଦନ୍ତ କରିବେ ଓ ଯେଉଁ କଣ୍ଟ୍ରାକ୍ଟର ଏହି ଭଳି ନିମ୍ନ ମାନ ର କାର୍ଯ୍ୟ କରିଛନ୍ତି ତାଙ୍କ ପ୍ରତି ଉଚିତ ତଦନ୍ତ ହୋଇ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ l
ଏପଟେ ସରପଞ୍ଚଙ୍କ କହିବା ଅନୁଯାୟୀ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏପର୍ଯ୍ୟନ୍ତ ପଞ୍ଚାୟତ ର ଦାୟିତ୍ଵ ତାଙ୍କୁ ଦେଇନଥିବାବେଳେ ନିଜେ ପଞ୍ଚାୟତ ଚାବି ଧରି ବୁଲୁଛନ୍ତି |ଅପର ପକ୍ଷେ ଵଦାଳୋ ଗ୍ରାମପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଆମେ ଏବବାଦ ରେ କିଛି ଅଧିକ ସୂଚନା ପାଇଁ ବାରମ୍ବାର ଫୋନ ଯୋଗେ ଯୋଗାଯୋଗ କଲେ ମଧ୍ୟ କଲ ରିସିଭି କରିନଥିବାରୁ ଅଧିକ ସୂଚନା ମିଳି ପାରିନଥିଲା।
ଏ ବାବଦରେ ଆମେ ଓଡ଼ାପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଏହି ବିଷୟରେ ତଦନ୍ତ କରି ଦୃଢ କାର୍ଯ୍ଯନୁଷ୍ଠା ଗ୍ରହଣ କରିବେ ବୋଲି ପ୍ରତିକ୍ରିୟା ରଖି ଥିଲେ |ଏଠି କଥା ଉଠୁଛି ଘରେ ନପସଣୁ ମୁଣ୍ଡ ବାଜିବା ଉପାଖ୍ୟାନ ସଦୃଶ୍ୟ ବଦାଳୋ ଗ୍ରାମ ପଂଚାୟତରେ ହୋଇଥିବା ପ୍ରତ୍ୟେକଟି କାର୍ଯ୍ଯ ତଦନ୍ତ ସାପକ୍ଷ , ଦେଖିବାକୁ ବାକି ରହିଲା ସରକାର ଏହା ଉପରେ କି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଛି।
ଓଡ଼ାପଡ଼ା ରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ ଫୋକସ୍ ପ୍ଲସ ଓଡିଶା |