ମାନସିକ ବିକୃତ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା, ସମ୍ପର୍କୀୟା ଦାଦା ଗିରଫ

ଫୋକସ ପ୍ଲସ (ନୟାଗଡ)୧୫/୦୭/୨୦୨୨: ଫୋକସ ପ୍ଲସର ମହା ପ୍ରଭାବ, ମାନସିକ ବିକୃତ ଯୁବତୀକୁ ଦୁଷ୍କର୍ମ ସହ ୫ମାସର ଗର୍ଭବତୀ କରିଥିବା ସମ୍ପର୍କୀୟା ଦାଦାକୁ ବାନ୍ଧିଲା ପୋଲିସ |ଏପରି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ସୁନାଖଳା ଗ୍ରାମରେ | ସୁନାଖଳା ଗ୍ରାମର କୈଳାଶ ପଣ୍ଡାଙ୍କ ବଡ଼ ଝିଅ ବବିତା ପଣ୍ଡା | ବବିତା ପିଲାଟି ଦିନରୁ ଜଣେ ମାନସିକ ବିକୃତ | ବବିତା ସବୁବେଳେ ସମ୍ପର୍କୀୟ ଦାଦା ନବ ପଣ୍ଡାଙ୍କ ଘରକୁ ଯିବା ଆସିବା କରେ | ବବିତାର ମାନସିକ ବିକୃତ ହୋଇଥିବାର ଆଜ୍ଞାନତାର ସୁଯୋଗ ନେଇ ତାଙ୍କ ସହ ଅନେକଥର ଦୁଷ୍କର୍ମ କରିବା ସହ ୫ମାସର ଗର୍ଭବତୀ କରିଥିବା ନେଇ ପରିବାର ଲୋକେ ଜାଣିବାକୁ ପାଇଥିଲେ | ପରେ ମହିଳା ଥାନାରେ ଆଣିଥିଲେ ସାଙ୍ଘାତିକ ଅଭିଯୋଗ | ଅଭିଯୋଗ ହେଲାପରେ ନବ ପଣ୍ଡା ଭାପୁର ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନା ନେଇ ଅଭିଯୋଗକୁ ଚାପି ଦେବାକୁ ଧମ ଚମକ ଦେଉଥିଲା | ଏହି ଖବର ପାଇ ଫୋକସ ପ୍ଲସ ପ୍ରଥମେ ଏହି ଖବରକୁ ପ୍ରସାରଣ କରିଥିଲା | ପରେ ଅଭିଯୁକ୍ତ ନବ ଫେରାର ହୋଇଯାଇଥିଲା | ଅଭିଯୋଗକୁ ଆଧାର କରି ଫତେଗଡ ପୋଲିସି କେଶ ନମ୍ବର – ୧୨୨\୨୨ରେ ମାମଲା ୠଜୁକରୀ ତାର ଛାନ ଭିନ ଆରମ୍ଭ କରିଥିଲା | ଏକ ସ୍ୱତନ୍ତ୍ର ଟିମି ନବ ପଣ୍ଡାଙ୍କୁ ପୁରୀ ଅଞ୍ଚଳରୁ ଗିରଫ କରି ଫତେଗଡ ପୋଲିସକୁ ହସ୍ତାନ୍ତର କରିଥିଲା | ତେବେ ଗତ କାଲି ଫତେଗଡ ପୋଲିସି ଭାପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଯୁକ୍ତର ଡାକ୍ତରୀ ମଇନା କରି କୋଟ ଚାଲଣ କରିଥିବା ନେଇଁ କହିଛନ୍ତି ଖଣ୍ଡପଡା SDPO |ପରେ ଜାମିନ ନା ମଞ୍ଜୁରୁ ହେବେରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠେଇ ଥିବା ସୂଚନା ମିଳିଛି |

ନୟାଗଡ ଖଣ୍ଡପଡାରୁ ନାରାୟଣ ପଲେଇଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *