ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ସମାଜ ସାଥିଙ୍କ ଶିବିର

ଫୋକସ ପ୍ଲସ (ଉଦୟଗିରି)୨୦/୦୭/୨୦୨୨: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଦୁଇ ଦିନ ଧରି ସମାଜ ସାଥିଙ୍କ ଶିବିର ଅନୁଷ୍ଠିତ କରାଯାଇଥିଲା ।ଏହି ସମାଜ ସାଥିମାନେ ମାହାମାରି ସମୟରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ମୋ “ମୋ ଚାଟ ଶାଳୀ “ମାଧ୍ୟମରେ ଶିକ୍ଷା ଦାନ କରି ଆସୁଛନ୍ତି । ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ନିମନ୍ତେ ଓ ସମାଜର ବିକାଶ ନିମନ୍ତେ ଶିକ୍ଷା ଏକ ମୁଖ୍ୟ ଉପାଦାନ ଅଟେ ଏବଂ ଏହି କଥାକୁ ସାକାର କରିବାକୁ ହେଲେ ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତି ହୃଦୟଙ୍ଗମ କରିବା ଆବଶ୍ୟକ ।ଏହି କଥାକୁ ଗୁରୁତ୍ୱ ମନେ କରି ଘୁ ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ସମାଜ ସାଥି ଭାଇ ଓ ଭଉଣୀ ମାନେ ଏକାଠି ହୋଇ ମହିଳା ଜୀବିକା ସୁରକ୍ଷା ମଞ୍ଚର ମିଳିତ ଉଦ୍ୟମରେ ଏକ ମହାନ କାର୍ଯ୍ୟକ୍ରମ କରି ପିଲାଙ୍କ ଦୁଇ ବର୍ଷର ଅପଢ଼ା ପାଠକୁ କିପରି ସମତୁଲ କରାଯାଇ ପାରିବ ସେଥିପାଇଁ ଗାଁ ଗାଁ ରେ କିଛି ଶିକ୍ଷିତ ସାଥି ପାଠ ପଢେଇବା ନିମନ୍ତେ ଅଣ୍ଟା ଭିଡିଛନ୍ତି । ନିଜ ଗାଁ ପିଲାଙ୍କୁ ପ୍ରତି ଦିନ ସ୍କୁଲ ପାଠ ପଢ଼ା ପରେ ବି ପିଲାଙ୍କୁ ଏକାଠି କରି ନିଜର ଦକ୍ଷତା ଅନୁସାରେ ଶିକ୍ଷା ଦାନ କରୁଛନ୍ତି ।ସମାଜ ସାଥି, ଗାଁ ଲୋକ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚର ଏପରି ଏକ ଲୋକାଭିମୁଖି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ବେଶ ପ୍ରଶଂସା କରିଛନ୍ତି । ଆଜିର ଏ ତାଲିମ ଶିବିରରେ ଘୁ ଉଦୟଗିରି ବ୍ଲକ ସମିତି ଉପାଧ୍ୟକ୍ଷ ଏନ ଲୁକ, ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଏବଂ ସଙ୍ଗଠନର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ଓ ଏହା ଏକ ଉତ୍ତମ ବିଷୟ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ ରଟିଙ୍ଗିଆ ସରପଞ୍ଚ ଶ୍ରୀ ବିଷ୍ଣୁ ଦେବ ପ୍ରଧାନ, ଓଡିଶା ଶ୍ରମ ଜିବି ମଞ୍ଚର ଆବାହକ ଅଞ୍ଜନ ପ୍ରଧାନ, ରାଜ୍ୟ ସ୍ତରୀୟ ସମାଜ ସେଵୀ ପଞ୍ଚାନନ ପ୍ରଧାନ, ଅନ୍ତରଙ୍ଗ ଯୁବ ମହାସଂଘର ଜିଲ୍ଲା ସମ୍ପାଦକ ହୃଷିକେଶ ପ୍ରଧାନ, ମହିଳା ଜୀବିକା ସୁରକ୍ଷା ମଞ୍ଚ ଘୁ. ଉଦୟଗିରି ବ୍ଲକର ସମ୍ପାଦିକା ରିନିମା ପ୍ରଧାନ,DWC ସଞ୍ଜୀବ ଦିଗାଲ, ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ, ସାଥି ପ୍ରମୋଦା, ଶାନ୍ତି, କୃତାଞ୍ଜଳି, ଗୌରୀ, ପ୍ରମୁଖ ଉପସ୍ଥିତ ରହି ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *