ମର୍ତ୍ତ୍ୟ ଲୋକରେ “ପାତାଳ ଲୋକ”

ଫୋକସ ପ୍ଲସ(ବ୍ୟୁରୋ)04/08/2022:

ଫୋକସ ପ୍ଲସ(ବ୍ୟୁରୋ)୦୫/୦୮/୨୦୨୨ : ମାଟି ତଳେ ଜୀବନ ବଞ୍ଚିବା ଭାବିଲେ ବି ଆଶ୍ଚର୍ଯ୍ୟ ଆଉ ଅସମ୍ଭବ ଲାଗେ |କିନ୍ତୁ ଯୁଗ ଏବେ ଏମିତି ଆସିଛି ଯେଉଁଠି ମନ୍ୟୁଷ ପକ୍ଷରେ କିଛି ଅସମ୍ଭବ ନୁହେଁ |ଯେଉଁଠି ମନୁଷ୍ୟ ଜହ୍ନରେ ଘର କରିବା କଥା ଚିନ୍ତା କରୁଛି ସେଠି ବା ମନୁଷ୍ୟ ପକ୍ଷେ କଣ ଅସମ୍ଭବ | ଆଜିର ଆଧୁନିକ ମଣିଷ ନୂଆ ନୂଆ ଜୀବନ ଶୈଳୀ ବଞ୍ଚିବାକୁ ଇଚ୍ଛା ପ୍ରକାଶ କରୁଛି |ଯେଉଁଠି “ପାତାଳ ଲୋକ” ରେ ବସବାସ କରୁଥିବାର ସୁଖ କୁ ମଧ୍ୟ ମର୍ତ୍ତ୍ୟ ଲୋକ ରେ ଥାଇ ଅନୁଭବ କରି ପାରୁଛି |

ପୃଥିବୀରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଲୋକେ ମାଟି ତଳେ ଘର କରି ବସବାସ କରୁଛନ୍ତି |ଆଜିର ମଣିଷ ଖୋଲା ଆକାଶ ତଳେ ଆକର୍ଷଣୀୟ ବିଶାଳ କୋଠା ରେ ଜୀବନ କୁ ଉପଭୋଗ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି |ଏମିତି ଏକ ସହର ଅଛି ଯେଉଁଠି ଅଧିକାଂଶ ଲୋକଙ୍କର ଘର ମାଟି ତଳେ |ଏହି ମାଟି ତଳେ ବାସ କରୁଥିବା ଲୋକଙ୍କ ଜୀବନ ଶୈଳୀକୁ ଦେଖିବା ପାଇଁ ଆସିବାକୁ ପର୍ଯ୍ୟଟକ ମାନେ ବେଶ ପସନ୍ଦ କରିଥାନ୍ତି | ଏହା ଏକ ଏମିତି ନିଆରା ସ୍ଥାନ ଯେଉଁଠି ସବୁ କିଛି ମାଟି ତଳେ ରହିଛି ଘର, ହୋଟେଲ , କ୍ଲବ, ବିଦ୍ୟାଳୟ, ପାଠାଗାର | ଦକ୍ଷିଣ ଅଷ୍ଟ୍ରେଲିଆର ମରୁଭୂମିରେ ଅବସ୍ଥିତ ‘କୁବେର ପେଡି’ ନାମରେ ଏହି ସହର | ଏଠାକାର ପାଣି ପବନ ସହିତ ଲୋକେ ବେଶ ଖାପ ଖାଇ ଯାଇଥିବାରୁ ବାହାରେ ନୁହେ ବରଂ ମାଟି ତଳେ ରହିବାକୁ ବେଶୀ ପସନ୍ଦ କରନ୍ତି |ଏହି ମାଟି ତଳେ ଲୋକଙ୍କ ପାଇଁ ସବୁ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ତା ରହିଛି |ପୂର୍ବରୁ ପାଣିର ସମସ୍ୟା ଥିବା ବେଳେ ସ୍ଥାନୀୟ ପ୍ରଶାସନ ତାକୁ ମଧ୍ୟ ଦୂର କରିବାରେ ସଫଳ ହୋଇଛି |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *