ମନରେଗା କାମର ନଗ୍ନ ଚିତ୍ର

ଫୋକସ ପ୍ଲସ(କାଲିମେଳା) ୨୮/୦୭/ ୨୦୨୨: ଗରିବ ଓ ଅସହାୟ ମାନେ ବର୍ଷକୁ ଅନୂନ୍ୟ ଶହେ ଦିନ କାମ କରି ନିଜର ପେଟ ପାଇଁ ଦାନା ଯୋଗାଡ କରିବା ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଭଳି ବୃହତ୍ ଯୋଜନା ପ୍ରଣୟନ କରିଥିବା ବେଳେ ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଛଲରେ କିଛି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ପଡିଆ ପଞ୍ଚାୟତ ଅନ୍ତର୍ଗତ ଭେଞ୍ଚନପଲ୍ଲୀ ଗ୍ରାମ ଠାରେ ନିର୍ମିତ ହୋଇଥିବା ୩ ଟି ସକପିଟ ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ମନରେଗା ରେ କରାଯାଇଥିବା ବେଳେ ଏଥିପାଇଁ ଏକ ପୋକ୍ଲଲିଂନ ବ୍ୟବହାର କରାଯାଇ ଖୋଦେଇ କରାଯାଇଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଏକ ଭିଡିଓ ଉତ୍ତୋଲନ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିବା ବେଳେ କିନ୍ତୁ ବିଭାଗ ଦ୍ଵାରା ଏହି କାମକୁ ସ୍ଥାନୀୟ ଲୋକେ କରିଥିବା ନେଇ ମାଷ୍ଟର ରୋଲ କାଢ଼ିବା ଦୁର୍ନୀତିର ସ୍ପଷ୍ଟ ଚିତ୍ରକୁ ଦର୍ଶାଉଛି। ଏ ନେଇ ସ୍ଥାନୀୟ ମନରେଗା ମେଟ କାମଟି ମେସିନ୍ ରେ ହୋଇଥିବା ସ୍ୱୀକାର କରିଥିବା ବେଳେ ମେସିନରେ ଖୋଳାଯିବା ସ୍ଥାନୀୟ ଲୋକଙ୍କ ସହଯୋଗ ରେ ଗାତଟିକୁ ସାଇଜ କରାଯାଇଥିବା କହିଥିଲେ। ଅନ୍ୟପଟେ ଏ ବାବଦରେ ସ୍ଥାନୀୟ ଏପିଓଙ୍କୁ ପଚାରିବାରୁ ସେ ଏ ବାବଦରେ ସୂଚନା ପାଇଥିବା ବେଳେ ଏହାର ତଦନ୍ତ କରାଯାଉଥିବା କହିଛନ୍ତି। ଅନ୍ୟପଟେ ଗରିବ ଓ ଅସହାୟ ଙ୍କୁ କାମ ଯୋଗାଇବା ପାଇଁ ଗ୍ରାମାଞ୍ଚଳରେ ମନରେଗାରେ ବିଭିନ୍ନ ପ୍ରକଳ୍ପ କରାଯାଉଥିବା ବେଳେ ରାତି ଅଧିଆ ଏଭଳି ମେସିନରେ କାମ କରାଯିବା ନିଶ୍ଚିନ୍ତ ଭାବରେ ବିଭାଗର ଢ଼ିଲାପଣ କୁ ପଦାରେ ପକାଇଛି। ଏହି ଘଟଣା ସହ ପଡିଆ ପଞ୍ଚାୟତରେ ନିର୍ମାଣାଧିନ ମନରେଗା ପ୍ରକଳ୍ପ ଗୁଡିକର ସଠିକ ଯାଞ୍ଚ କଲେ ଏକ ବଡ ଧରଣର ଦୁର୍ନତୀ ଜଣାପଡିବ ବୋଲି ସାଧାରଣରେ କୁହାଯାଉଛି।

 

 

Leave a Reply

Your email address will not be published. Required fields are marked *