ଫୋକସ ପ୍ଲସ(ନୟାଗଡ଼)୦୬/୦୮/୨୦୨୨ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ଗ୍ରାମପଞ୍ଚାୟତ ର ଓଡ଼କୋପା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସୂଚନା ଅନୁଯାଇ ଓଡ଼କୋପା ଗ୍ରାମର କୁନା ଖିଲାର ପିତା √ ତ୍ରିନାଥ ଖିଲାର ବିଲରୁ କାମ ସାରି ଦେଶୀ ମଦ ପିଇବା ସହ ଘରକୁ ମାଛ କିଣି ଆସୁଥିବା ବେଳେ ଆସନ୍ତା କାଲି ସମୟ ପ୍ରାୟ ସନ୍ଧ୍ୟା 6 ଘଂଟିକା ରେ ଘରେ ପହଂଚି ଘରକୁ ଯିବା ସମୟ ରେ ପାହାଚ ରେ ଗୋଡ଼ ଖସି ପଡିଯାଇଥିଲେ ମୁଣ୍ଡର ପଛପଟ ରେ ଆଘାତ ଲାଗିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି | ସେପଟେ କୁନା ଜଣେ ଟ୍ରାକ୍ଟର ଡ୍ରାଇଭର ଏବଂ କରାଟୀ ନାମ ରେ ବେ୍ସ ପରିଚିତ ତାଙ୍କୁ ସମସ୍ତେ କରାଟୀ ବୋଲି ସମ୍ବୋଧନ କରନ୍ତି, କୁନା ଙ୍କ ଅକାଳ ବୟୋଗ ପରେ ଏବେ ସେହି ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି | ଖବର ପାଇବା ପରେ ଓଡଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ଘଟଣା ସ୍ଥଳରେ ପହଂଚି ସବ ଜବତ କରିବା ସହ କେ୍ସ ନମ୍ବର 114/22 ରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ କରିବାକୁ ଓଡଗାଁ ଗୋଷ୍ଠୀ ଚିକିତ୍ସାଳୟ କୁ ପଠାଇଥିବା ଓଡଗାଁ ଥାନା ଅଧିକାରୀ ଶ୍ରୀ. ପଟ୍ଟାୟତ ସୂଚନା ଦେଇଛନ୍ତି |
ନୟାଗଡ଼ ରୁ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ |