ମଦକୋଠି ବନ୍ଦ ପାଇଁ ଭାରପ୍ରାପ୍ତ ଅଧିକାରୀଙ୍କୁ ଦାବିପତ୍ର

ଫୋକସ ପ୍ଲସ (ଗଞ୍ଜାମ) ୦୭/୦୭/୨୦୨୨: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖଇରପଦର ଗ୍ରାମ ପଞ୍ଚାୟତ ର ଶତାଧିକ ମହିଳା ,ସ୍ବୟଂ ସହାୟିକା ଗୋଷ୍ଠୀ ର କର୍ମକର୍ତ୍ତା ଓ ଆଦିବାସୀ ସମାଜର ବରିଷ୍ଠ କର୍ମକର୍ତ୍ତା ମିଶି ଖଇରପଦର ଗ୍ରାମ ପଞ୍ଚାୟତ ର ସମସ୍ତ ମଦକୋଠି ବନ୍ଦ କରିବାକୁ ସିନାପାଲି ଥାନା ଭାରପ୍ରାପ୍ତ ଅଧିକାରୀ ଓ ତହସିଲଦାର ସିନାପାଲି କୁ ଦାବିପତ୍ର ଦେଇଥିଲେ। ଦାବିପତ୍ର ଦେବା ସମୟରେ ଖଇରପଦର ଗ୍ରାମ ପଞ୍ଚାୟତ ର ଶତାଧିକ ମହିଳା, ସରପଞ୍ଚ,ସମିତି ସଭ୍ୟ ,ଗୋଣ୍ଡ ସମାଜ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମାଝି, ଜିଲ୍ଲା ସଭ୍ୟ ପୁର୍ଣ୍ଣଚନ୍ଦ୍ର ମାଝି, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗିରିରାଜ ମାଝି ,ସମାଜ ସେବି ସୁଦର୍ଶନ ମାଝି, ମହେନ୍ଦ୍ର ସୁନାନୀ ,ଜୟ ପାଲ ନାଗ, ଲକ୍ଷ୍ମୀ କାନ୍ତ ମେହେର, ସୁରେନ୍ଦ୍ର ସୁନାମୀ , ସରପଞ୍ଚ ଉନାସୀ ମାଝି ଓ ସମିତି ସଭ୍ୟ ଲୀଳା ମେହେର ସହ ଶତାଧିକ ମହିଳା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *