ଫୋକସ ପ୍ଲସ ୩/୬/୨୨(ଯାଜପୁର):ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଯଖପୁରା ଗ୍ରାମ ପଞ୍ଚାୟତ ର ସୁଦାମ ବିଶ୍ବାଳ ଓ ସୁକାନ୍ତ ବିଶ୍ବାଳଙ୍କ ୫ବଖରା ଚାଳ ଛପର ଘର ପୋଡିଯାଇଛି।ଯାହା ଫଳରେ ବହୁତ ଜିନିଷ ଜଲିପୋଡି ଯାଇଥିବା ଦେଖିବାକୁ ମିଲିଛି। ଯାହାର ଆନୁମାନିକ ମୂଲ୍ଯ ୪ ରୁ ୫ ଲକ୍ଷ୍ଯ ଟଙ୍କା ହେବ ବୋଲି କହୁଥିବା ବେଲେ ଅଗ୍ନି କାଣ୍ଡ ରେ ୭୩ ହଜାର ଟଙ୍କା ମଧ୍ଯ ନଷ୍ଟ ହୋଇଥିବା ଶୁଣିବା କୁ ମିଳିଛି।ସୂଚନା ମୂତାବକ ସୁଦାମ ଙ୍କ ସ୍ତ୍ରୀ ଘରେ ରୋଷେଇ କରୁଥିବା ସମୟରେ ଗ୍ଯାସ ଟାଙ୍କି ଲିକ୍ ହୋଇ ନିଆଁ ଲାଗି ଯାଇଥିଲା ନିଆଁ ଲାଗି ବା ପରେ ସେମାନେ ସାହିରେ ରହୁଥିବା ଲୋକ ମାନଙ୍କୁ ସାହାୟ୍ଯ କରିବା ପାଇଁ ଡାକି ଥିଲେ। ଏବଂ ସାହି ଲୋକ ମଧ୍ଯ ସାହାୟ୍ଯ କରିବା ପାଇଁ ଆସି ଡମକଳ କୁ ଫୋନ କରିଥିଲେ। ତାହା ସହିତ ନିକଟସ୍ଥ ଦୁଇ କାରଖାନା କୁ ମଧ୍ଯ ଫୋନ କରିଥିଲେ କି ସେମାନଙ୍କ ର ଡମକଳ କୁ ପଠାଇବା ପାଇଁ ମାତ୍ର ଦୁଃଖ ର ବିଷୟ କି ସେମାନେ ଆସିବା ପୂର୍ବରୁ ଦୁଇ ପରିବାର ସର୍ବସାନ୍ତ ହୋଇସାରିଥିଲେ। ତାଙ୍କର ସମସ୍ତ ଜିନିଷ ଜଲିପୋଡି ପାଉଁଶ ହୋଇଯାଇଥିଲା। ଏବେ ଦୁଇ ପରିବାର କିପରି ଚଲିବେ ସେଥି ପାଇଁ ଜିଲ୍ଲା ପ୍ରସାସନ ଓ ସରକାର ଙ୍କୁ ଆକୁଳ ନିବେଦନ କରିଛନ୍ତି କି ଆମେ ଚଲିବା ପାଇଁ ଆର୍ଥିକ ସାହାୟ୍ଯ ଓ ଅନ୍ୟ ଯେକୌଣସି ସାହାୟ୍ଯ କଲେ ଆମ ପରିବାର ଏ ଦଃଖ କଷ୍ଟ ରୁ ଉଧାର ପାଇପାରିବୁ ଏବଂ ଯଖପୁରା ଗ୍ରାମ ର ଗ୍ରାମ ବାସୀ ମଧ୍ଯ ଅନୁରୋଧ କରିଛନ୍ତି କି ପ୍ରସାସନ ଓ ସରକାରୀ ସ୍ଥରରେ ଯେଉଁ ସୁବିଧା ଅଛି ସେମାନଙ୍କୁ ଯଥା ଶୀଘ୍ର ଯୋଗେଇଦେଲେ ସେମାନଙ୍କ ପରିବାର ଏ ଦୁଃଖ ରୁ ମୁକ୍ତି ପାଇ ପାରିବେ। ଦାନଗଦୀ ତହସିଲ ଦାର ଙ୍କ ସହିତ ଯୋଗାଯୋଗ କରିବା ପରେ ସେ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିସୂତି ଦେଇଛନ୍ତି।