ଫୋକସ ପ୍ଲସ (ବାଲେଶ୍ୱର)୨୫/୦୬/୨୦୨୨: “ବାପା” ଶବ୍ଦ ସତରେ କେତେ ମଧୁର ଲାଗେ ଡାକିବାକୁ, ଶବ୍ଦରେ କେତେ ଯେ ସ୍ନେହ, ତ୍ୟାଗ, ଭଲପାଇବା, ଭରି ରହିଛି କେବଳ ତାହା ଅନୁଭବ କରି ହୁଏ |ଗୋଟେ ପରିବାରରେ ବାପାଙ୍କ ଭୂମିକାର ଗୁରୁତ୍ଵ ଅନେକ |ଜୀବନରେ ଅନେକ ଦୁଃଖ, କଷ୍ଟ, ବାଧାବିଘ୍ନ କୁ ସାମ୍ନା କରି ମଧ୍ୟ କେବେ ଭାଙ୍ଗି ଯାଏନି ତାଙ୍କ ମନବଳ | ହଁ ସେ ହେଉଛନ୍ତି “ବାପା”, ନିଜ ପିଲାଙ୍କ ଖୁସି ପାଇଁ ସେ କିଛି ବି କରି ପାରନ୍ତି, କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ହୋଇଯାନ୍ତି | ସେଥି ପାଇଁ ବାପାଙ୍କୁ ହିରୋ ବୋଲି କୁହାଯାଏ |ଆଜି ଏମିତି ହିଁ ଜଣେ ହିରୋଙ୍କୁ ଦେଖିବାକୁ ମିଳିଥିଲା ରାସ୍ତାରେ | ସେ ଜଣେ ସମ୍ପୂର୍ଣ ଭିର୍ଣ୍ଣକ୍ଷମ ହୋଇଥିଲେ ବି ବାପା ହିସାବରେ ଭୁଲି ଯାଇନାହାନ୍ତି ତାଙ୍କ କର୍ତ୍ତବ୍ୟ କୁ |ଭିର୍ଣ୍ଣକ୍ଷମ ହୋଇଥିବାରୁ ନିଜେ ବୁଲିବା ଚାଲିବା ରେ ସକ୍ଷମ ନୁହନ୍ତି ସତ, ଝିଅଙ୍କୁ ଠିକ ସମୟରେ ସ୍କୁଲ ପହଞ୍ଚାଇବାରେ ଟିକେବି ଅବହେଳା କରନ୍ତିନି |ଝିଅକୁ ହୁଇଲ ଚେୟାଅ ପଛରେ ଛିଡା କରି ସ୍କୁଲ ଛାଡିବା ପାଇଁ ପ୍ରତ୍ୟକ ଦିନ ବାହାରି ଯାନ୍ତି ଏହି ଭିର୍ଣ୍ଣକ୍ଷମ ବାପା | ଏହି ଦୃଶ୍ୟ ଦେଖିଲେ ଜଣା ପଢୁଛି ବାପାଙ୍କ ନିଜ ଝିଅ ପ୍ରତି ଥିବା ଅହେତୁକର ସ୍ନେହ, ଭଲ ପାଇବା |
ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |