ଭାରତ ବନ୍ଦ ଡାକରା

ଫୋକସ ପ୍ଲସ (କଳାହାଣ୍ଡି)୨୫/୦୬/୨୦୨୨: ରାଷ୍ତୀୟ ପରିବର୍ତ୍ତନ ମୋର୍ଚ୍ଚା ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ଭାରତ ମୁକ୍ତି ମୋର୍ଚ୍ଚା ମିଳିତ ଆନୁକୂଲ୍ୟରେ ଆଜି ଭାରତ ର ଏକତା ଓ ଅଖଣ୍ଡତା କୁ ବିପଦ ରେ ପକାଉଥିବା ସଂଗଠନ ବିରୋଧ ରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି କ୍ରମରେ କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ମୋଟେର ଠାରେ ଜାତୀୟ ରାଜପଥ ୨୬ କୁ ସକାଳ ୯ ଘଣ୍ଟା ରୁ ଅବରୋଧ କରାଯାଇଛି ଫଳରେ ଭବାନୀପାଟଣା ଜୟପୁର ଓ ମୁଖୀଗୁଡା ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ କୋକସରା ପୋଲିସ ଉପସ୍ଥିତ ରହିଥିବା ବେଳେ ୨ ଘଣ୍ଟା ରାସ୍ତା ଅବରୋଧ ପରେ ଦିନ ୧୧ ଘଣ୍ଟା ରେ ରାସ୍ତା ରୋକ ହଟିବା ପରେ ଯାତାୟାତ ସ୍ୱାଭାବିକ ହୋଇଛି।

କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *