ଫୋକସ ପ୍ଲସ ୧୩/୬/୨୨ (ଜଟଣୀ ): ମୋଦୀ ସରକାରଙ୍କ ୮ବର୍ଷ ପୂର୍ତ୍ତି ଅବସରରେ ସେବା ସୁଶାସନ ଓ ଗରିବ କଲ୍ୟାଣ ପର୍ବ ଉପଲକ୍ଷେ ଭାରତୀୟ ଜନତା ଯୁବମୋର୍ଚ୍ଚା ଖୋରଧା ଜିଲ୍ଲା ପକ୍ଷରୁ ସହରରେ ବିକାଶ ତୀର୍ଥ ବାଇକ ରାଲି ଓ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି lଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ପରିଚାଳନା କରିଥିଲେ ଜଟଣୀ ନଗର ମଣ୍ଡଳ ସଭାପତି ଲିଟୁରଞ୍ଜନ୍ ରାଉତରାୟ l ଏହି କାର୍ଯ୍ୟକ୍ରମରେ ମାନନୀୟl ସାଂସଦ ଅପରାଜିତା ଷଡ଼ଙ୍ଗୀ , ଯୁବମୋର୍ଚ୍ଚା ରାଜ୍ୟ ପ୍ରଭାରୀ ତଥା ରାଷ୍ଟ୍ରୀୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଶଶାଙ୍କ ରାଜ,ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପାଧ୍ୟକ୍ଷା ସୁଶ୍ରୀ ଅର୍ପିତା ଅପରାଜିତା ବଡ଼ଜେନା,ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର ,ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ ,ଜିଲ୍ଲା ସାଧାରଣ ସଂପାଦକ ପ୍ରତାପ ମହାପାତ୍ର,ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମି ମୟି ପଟ୍ଟନାୟକ, ଅର୍ଣ୍ଣପୂର୍ଣ୍ଣl ସାହୁ, ସାଂସଦଙ୍କ ପ୍ରତିନିଧି ପଦ୍ମଚରଣ ପ୍ରଧାନ, ଜିଲ୍ଲା ଉପସଭାପତି ରାଜିନା ରାଣୀ ଦାଶ, ରାଜ୍ଯ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରୋଶନ ସାହୁ, ସୂରଜ ପାଇକରାୟ, ନାଗଭୂଷଣ ରାୟ ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ଜଟଣୀ ତଥା ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।