ଖୁବଶିଘ୍ର ଭାରତରେ ଶେଷ ହେବ ଜିଓ ଏବଂ ଏୟାରଟେଲର ରାଜୁତି। ଆଗକୁ ଭାରତରେ ବନ୍ଦ ହୋଇଯିବ କି ଜିଓ ଏବଂ ଏୟାରଟେଲ ସେବା? ଏନେଇ ଚିନ୍ତାରେ ମୁକେଶ ଅମ୍ବାନୀ ଏବଂ ସୁନୀଲ ଭାରତ ମିତ୍ତଲ। ଟେଲିକମ ସେକ୍ଟରରେ ହେବାକୁ ଯାଉଛି ବଡ ଧରଣର ପରିବର୍ତ୍ତନ । କାରଣ ଭାରତୀୟ ବଜାରରେ ଷ୍ଟାରଲିଙ୍କ ର ଏଣ୍ଟ୍ରି ନେଇ ଚିନ୍ତାରେ ଏବେ ମୁକେଶ ଅମ୍ବାନୀ ଏବଂ ସୁନୀଲ ମିତ୍ତଲ। ଏଣିକି ଜିଓ ଏବଂ ଏୟାରଟେଲ ସହ ପ୍ରତିଦ୍ବନ୍ଦିତା କରିବ ଏଲନ ମସ୍କଙ୍କ ଷ୍ଟାରଲିଙ୍କ। ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କଙ୍କ ସାଟେଲାଇଟ ବ୍ରଡ଼ ବ୍ୟାଣ୍ଡ ସ୍ପେକ୍ଟରମ କୁ ଭାରତରେ ଗ୍ରୀନ ସିଗନାଲ ମିଳିସାରିଛି।
କେନ୍ଦ୍ର ଟେଲିକମ ମନ୍ତ୍ରୀ ଜୋତିରାଦିତ୍ୟସିନ୍ଧିଆ ମସ୍କଙ୍କ ସାଟେଲାଇଟ ବ୍ରଡ଼ ବ୍ରାଣ୍ଡ ସ୍ପେକ୍ଟରମକୁ ଭାରତରେ ନିଲାମ ପାଇଁ ନୁହେଁ ବରଂ ଆବଣ୍ଟନ ପାଇଁ କହିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବୟାନ ମସ୍କଙ୍କୁ ଖୁସି ଦେବା ସହିତ ଭାରତୀୟ ବଜାରରେ ଷ୍ଟାରଲିଙ୍କ ର ଏଣ୍ଟ୍ରି ନେଇ ବାଟ ପରିଷ୍କାର ହୋଇଛି। ଅନ୍ୟପଟେ ସରକାରଙ୍କ ଏଭଳି ନିଷ୍ପତ୍ତି ମୁକେଶ ଅମ୍ବାନୀ ଏବଂ ସୁନୀଲ ମିତ୍ତଲଙ୍କୁ ବଡ ଝଟକା ଦେଇଛି। କାରଣ ବଜାରରେ ପ୍ରତିଯୋଗିତା ବଢିଲେ ମୂଲ୍ୟ କମିଥାଏ । ଆଉ ମୂଲ୍ୟ କମିଲେ ଗ୍ରାହକ ମାନେ ସେମାନଙ୍କର ସୁବିଧା ଅନୁସାରେ ସେବା ବାଛିବେ । ଯଦି ଷ୍ଟାରଲିଙ୍କ ସୁଲଭ ମୂଲ୍ୟ ଏବଂ ସ୍ପିଡ଼ ଇଣ୍ଟରନେଟ ଭାରତରେ ଯୋଗାଇପାରିବ ତେବେ ଏହା ଗ୍ରାହକ ମାନଙ୍କର ପ୍ରଥମ ପସନ୍ଦ ହେବ । ଏବଂ ମୁକେଶ ଅମ୍ବାନୀ ଏବଂ ସୁନୀଲ ମିତ୍ତଲଙ୍କ ଏକଚାଟିଆ ବ୍ୟବସାୟରେ ବ୍ରେକ ଲାଗିବା ସହିତ ଭବିଷ୍ୟତରେ ଜିଓ ଏବଂ ଏୟାରଟେଲ ସେବା ବନ୍ଦ ହୋଇଯିବ ବୋଲି ଏବେଠାରୁ ଆକଳନ କରାଯାଉଛି। ଭାରତରେ ଅନେକ ଟେଲିକମ କମ୍ପାନୀ ଥିଲେ ବି ଜିଓ ଏବଂ ଏୟାରଟେଲ ବର୍ତ୍ତମାନ ରାଜ କରୁଛନ୍ତି। ମନ ଇଛା ଦରବୃଦ୍ଧି କରୁଥିବାରୁ ଗ୍ରାହକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏପରି ସ୍ଥଳେ ଯଦି ସାଟେଲାଇଟ କମ୍ପାନୀ ଷ୍ଟାରଲିଙ୍କ ସୁଲଭ ମୂଲ୍ୟରେ ସେବା ଯୋଗାଇଦେବ ତାହେଲେ ଗ୍ରାହକ ମାନେ ଘରୋଇ କମ୍ପାନୀ ଛାଡି ସାଟେଲାଇଟ କମ୍ପାନୀ ମୁହାଁ ହେବେ। ଯାହା ଏବେ ଅମ୍ବାନୀ ଏବଂ ସୁନୀଲ ମିତ୍ତଲଙ୍କର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନ୍ୟପଟେ ସ୍ପେକ୍ଟରମକୁ ଭାରତରେ ନିଲାମ ନୁହେଁ ବରଂ ଆବଣ୍ଟନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଉଥିବା ପ୍ରକ୍ରିୟାକୁ ଜୋରଦାର ବିରୋଧ କରୁଛନ୍ତି ଘରୋଇ ଟେଲିକମ କମ୍ପାନୀର ମାଲିକ ମାନେ ।
ଏୟାରଟେଲ ମୁଖ୍ୟ ସୁନୀଲ ଭାରତ ମିତ୍ତଲ କହିଛନ୍ତି ଯେଉଁ ସାଟେଲାଇଟ କମ୍ପାନୀ ଭାରତରେ କାମ କରିବାକୁ ଚାହୁଁଛନ୍ତି ଓ ରିଟେଲ ଗ୍ରାହକଙ୍କୁ ସେବା ଯୋଗାଇ ଦେବାକୁ ଚାହୁଁଛନ୍ତି ତାଙ୍କୁ ମଧ୍ୟ ଅନ୍ୟ ମାନଙ୍କ ପରି ଟେଲିକମ ଲାଇସେନ୍ସ ପାଇଁ ଅର୍ଥ ଦେବା ସହିତ ସମାନ ସର୍ତ୍ତ ମଧ୍ୟ ଲାଗୁ ହେବା ଉଚିତ । ସେହିଭଳି ଅମ୍ବାନୀ ମଧ୍ୟ କହିଛନ୍ତି ଯେଉଁମାନେ ଏୟାର ୱେବ କିଣିବା ସହିତ ଟେଲିକମ ଟାୱାର ସ୍ଥାପନ କରୁଛନ୍ତି ସେମାନଙ୍କୁ ସମାନ ସୁଯୋଗ ଦେବା ଆବଶ୍ୟକ । ଭାରତରେ ଜିଓ ଏବଂ ଏୟାରଟେଲ ଭୂତଳ କେବୁଲ ବିଛାଇ ଟେଲିକମ ସେବା ଯୋଗାଇ ଦେବା ପାଇଁ ବିପୁଳ ପରିମାଣାର ପୁଞ୍ଜି ନିବେଶ କରିଥିଲେ। ସେତେବେଳେ ସରକାର ଟେଲିକମ ସ୍ପେକ୍ଟରମ ପାଇଁ ନିଲାମ ଡାକିଥିଲେ । କିନ୍ତୁ ଏବେ ନିଲାମୀ ଡାକ ନ ଯିବାରୁ ମସ୍କ କାମ ଖର୍ଚରେ ସ୍ପେକ୍ଟରମ ପାଇଯିବେ ବୋଲି ଭାରତୀୟ ଟେଲିକମ କମ୍ପାନୀ ଦାବି କରିଛନ୍ତି । ଏହି ଦାବି ଉପରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ଜୋତିରାଦିତ୍ୟସିନ୍ଧିଆ କହିଛନ୍ତି ସ୍ପେକ୍ଟରମ କାହାକୁ ମାଗଣା ଦିଆଯିବ ନାହିଁ ବରଂ ଏହାର ମୂଲ୍ୟ Trai ନିର୍ଦ୍ଧାରଣ କରିବ।