ଫୋକସ ପ୍ଲସ (ଭଦ୍ରକ) ୦୭/୦୭/୨୦୨୨: ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳିତ ଭଦ୍ରକ ଜିଲ୍ଲା ତଥା ଓଡ଼ିଶାର ଦ୍ଵିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜ ଆଜି ପାଳନ କରିଛି ୭୫ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଭଦ୍ରକ ବିଧାୟକ ସ୍ଂଜିବ ମଲିକ, ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କି ହବିବ୍ ପୁରାତନ ଛାତ୍ର ସଂସଦ ସଭାପତି ଅଜୟ ନାୟକ , ସଭାପତି ଡ଼.ଦେବେନ୍ଦ୍ର ରାଉତ, ବିଜେପି ନେତା ପ୍ରଦୀପ ନାୟକ , ଛାତ୍ର ନେତା ତଥାଗତ ସାମଲ ରାକେଶ ପଣ୍ଡା ଅଧିବକ୍ତା, ଅଧିବକ୍ତା ଗଦାଧର ବଳ,ପ୍ରକାଶ ଜ୍ୟୋତି ମହାକୁଡ, ଜ୍ୟୋତିପ୍ରକାଶ ମହାନ୍ତି,ସ୍ଵାଧୀନ ସୁନ୍ଦର ଦାସ, ଅପୂର୍ବ ରଞ୍ଜନ ବେହେରା ପ୍ରମୁଖ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତି ରହି ଏକବର୍ଷ ବ୍ୟାପି ମହୋତ୍ସବର ଶୁଭ ଉଦ୍ଘାଟନ କରିଥିଲେ ପ୍ରଥମେ କଲେଜ ପରିସରରେ ଥିବା ପ୍ରତିଷ୍ଠାତା ହରେକୃଷ୍ଣ ମହତାବ, ନରେନ୍ଦ୍ର ଦାସ , ଛକଡି ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପତାକା ଉତ୍ତୋଳନ କରାଯାଇଥିଲା। ପରେ କଲେଜ ପରିସରରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଭଦ୍ରକ ମହାବି୍ୟାଳୟରେ ହୀରକ ଜୟନ୍ତୀ ଆସନ୍ତା ନଭେମ୍ବର ମାସରେ ୩ ଦିନ ବ୍ୟାପି ପାଳିତ ହେବା ଏଥିରେ ରାଜ୍ୟର ସମସ୍ତ ପୁରାତନ ଛାତ୍ର ଉପସ୍ଥିତ ରହିବାକୁ ବିଧାୟକ ଅନୁରୋଧ କରିବା ସହ ମୁଁ ଏହି କଲେଜରେ ଛାତ୍ର ହିସାବରେ ଭଦ୍ରକ କଲେଜ କିପରି ବିଶ୍ଵ ବିଦ୍ୟାଳୟ ହେବ ଏବଂ କଲେଜରେ ଥିବା ବିଭିନ୍ନ ସମସ୍ୟାକୁ ଯଥାଶୀଘ୍ର ପୂରଣ କରାଯିବ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ |