ଫୋକସ ପ୍ଲସ (ଦାରିଙ୍ଗବାଡ଼ି)୨୧/୦୭/୨୦୨୨: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକ୍ ଅଧିନସ୍ଥ ଭ୍ରମ୍ବରବାଡ଼ି ପଞ୍ଚାୟତ କୁମ୍ଭାରବାଡ଼ି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଗ୍ରାମର ଏକ ପରିତ୍ୟକ୍ତ ଭଙ୍ଗ କୋଠା ଘରେ ଚାଲିଛି ।ଏହି ପୁରୁଣା ଅଙ୍ଗନବାଡ଼ି କେନ୍ଦ୍ର ୧୯୮୦ ମସିହାରେ ନିର୍ମିତ, ଯାହାକି ଆଜି ପର୍ଯ୍ୟନ୍ତ ଦଣ୍ଡାୟମାନ ହୋଇ ରହିଛି ।ଯାହାର ରୁପରେଖ ସରକାରଙ୍କର ବର୍ତ୍ତମାନର 5T ଅଧୀନରେ ରହିଥିବା ସମସ୍ତ ଶିକ୍ଷା କେନ୍ଦ୍ର ଠାରୁ ସମ୍ପୂର୍ଣ ଭିର୍ଣ୍ଣ ।ଆଉ ଆହରି ଭିତରେ ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଚେଷ୍ଟା |ଘରର ଭଙ୍ଗା ଆଜବେଷ୍ଟ ସହ କବାଟ ଝରକା ବିହିନ ଗାତୁଆ ଗାତୁଆ ଚଟାଣ ଗୋରୁ ଙ୍କ ଆଶ୍ରମ ସ୍ଥଳ ପାଲଟିଛି। ଯେଉଁ ଶିଶୁ ମାନଙ୍କ ମାନସିକ ଓ ଶାରିରୀକ ବିକାଶ ପାଇଁ ସରକାର ସମସ୍ତ ପ୍ରକାର ସୁବିଧା ଯୋଗାନ୍ତି ସେହି ଶିଶୁ ମାନଙ୍କ ବସି ପାଠ ପଢିବା ପାଇଁ ଜାଗା ଟିକିକ ବି ନାହିଁ। ଅଙ୍ଗନବାଡ଼ି ନଥିପତ୍ର। ପିଲାଙ୍କ ଖାଦ୍ୟ ପେୟ ନିଜ ନିଜ ଘରେ ରଖନ୍ତି । ଏପରି ସ୍ଥଳେ ପାଠ ପଢା ରୋଷେଇ ସମସ୍ତ କାର୍ଯ୍ୟ ନିକଟସ୍ଥ ଗ୍ରାମର ଚାଲିଛି। ବ୍ଳକ ରୁ ମାତ୍ର ୧୨ କି.ମି ପାଖରେ ଥାଇ ପ୍ରଶାସନ ର ଅଣଦେଖା ପାଲଟି ଯାଇଛନ୍ତି। ଗ୍ରାମ ବାସୀ ଆଶା କରନ୍ତି ଯେ ପ୍ରଶାସନିକ ଙ୍କ ଦୃଷ୍ଟି ଗୋଚର କେବେ ହେବ।