ଫୋକସ ପ୍ଲସ ୩୦/୫/୨୨(ତାଳଚେର):ଆଜି ତାଳଚେର ବିଧାୟକ ଙ୍କ ଜରିଆରେ ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିନୟ କୁମାର ତ୍ରିପାଠୀ ଆଜି ଏକ ଦିନିଆ ତାଳଚେର ଗ୍ରସ୍ତ ରେ ଥିବା ସମୟରେ ତାଳଚେର ରେଲୱେ ଷ୍ଟେସନ ଠାରେ ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ମହୋଦୟ ଭେଟିବା ସହିତ ତାଳଚେର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ୬ଦଫା ଦାବୀ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।
୧-ତାଳଚେର ଠାରୁ ଏଫ୍. ସି. ଆଇ. ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯାତ୍ରୀବାହି ଟ୍ରେନ ଯାତାୟତ୍ ନିମନ୍ତେ ଏକ ନୂତନ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଉ।
୨-ତାଳଚେର-ପୁରୀ ଯାତ୍ରୀ ବାହି ଟ୍ରେନ୍ କୁ କଣିହାଁ (NTPC) ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ।
୩-ତାଳଚେର ରେଲୱେ ଷ୍ଟେସନ କୁ ଅତ୍ୟାଧୁନିକ ଷ୍ଟେସନ ଭାବେ ଗଢାଯାଉ।
୪-ପଦୃଷଣ କୁ ନିୟନ୍ତ୍ରଣ କରିବା ପାଇଁ କୋଇଲା ବୋଝେଇ ଟ୍ରେନ୍ ରେ ପାଲଭିଡା ଯାଇ କୋଇଲା ପରିବହନ କରାଯାଉ।
୫-ତାଳଚେର ହାତଟୋଟା ରେଲୱେ କ୍ରସିଂ ଏବଂ ବନ୍ତୋଲ ଠାରେ ଅଣ୍ଡରପାସ/ଓଭରବ୍ରିଜ୍ କରାଯାଉ।
୬-ବହୁ ପ୍ରତିକ୍ଷିତ ନିର୍ମାଣଧିନ ତାଳଚେର – ବିମଲାଗଡ଼ ରେଳ ପ୍ରକଳ୍ପ କାର୍ଯ୍ୟ କୁ ଯଥାଶୀଘ୍ର ଶେଷ କରାଯାଉ |
ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ