ଫୋକସ ପ୍ଲସ (ବ୍ରହ୍ମପୁର)୨୭/୦୬/୨୦୨୨: ପୋଲିସ ର ଗୁଣ୍ଡାଗିରି ଆଗରେ ବଳି ପଡ଼ିଛନ୍ତି ଏ ନୀରିହ ପରିବାର | ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟ ଦୁର୍ଗା ନଗରର ପଣ୍ଡା କଲୋନୀ ରେ ରହୁଥିବା ଜୈନେକ୍ ବୃଦ୍ଧା ମହିଳା ରଜନୀ ନାୟକ ଙ୍କ ରାତ୍ରିରେ ଘରର କବାଟ ଭାଙ୍ଗି ପଶି ତମ ପୁଅ କାହିଁ ବୋଲି ପଚରିଥିଲେ, ଘଟଣା ସମ୍ପର୍କରେ ରଜନୀ ପଚାରିବାରୁ ଗୃହରକ୍ଷୀ ମାନେ ତାଙ୍କୁ ହରିଜନ ସମ୍ପ୍ରଦାୟର କହି ବୟସ୍କା ଙ୍କୁ ମାଡ଼ମାରି ଶୋଇଥିବା ତାର ପୁଅକୁ ଘର ଭିତରୁ ଉଠାଇ ଆଣିଥିଲେ, ତାହା ସହିତ ଘରୁ 25 ହାଜର ଟଙ୍କା ଲୁଟି ନେଇ ମିଥ୍ୟା ମାମଲା ରେ ତୁମକୁ ଗିରଫ କରି କୋର୍ଟ ଚାଲଣ କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ, ହେଲେ କାନ୍ଦି କାନ୍ଦି ଏସପି ଙ୍କ ଦ୍ବାରସ୍ଥ ହୋଇ ଗୁହାରି କରିଥିଲେ ବୃଦ୍ଧା ମହିଳା ଜଣକ, ଏହାର ଉଚିତ୍ ତଦନ୍ତ କରି ଅପରାଧି ଙ୍କୁ ଦଣ୍ଡ ଦେବା ପାଇଁ ବିନତି କରିଥିଲେ ଅସହାୟ ମା, ଏସପି ଶ୍ରବଣ ବିବେକ ଏହାର ତଦନ୍ତ ପରେ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ଜଣାପଡିଛି, ହେଲେ ସବୁ ଠାରୁ ବଡ଼ କଥା ହେଲା କିଛି ପୋଲିସ ଏବଂ ଗୃହରକ୍ଷୀ ମାନଙ୍କ ପାଇଁ ପୁରା ପୋଲିସ ବିଭାଗ ବଦନାମ ହେବାରେ ଲାଗିଛି |ରାଜ୍ୟରେ ଚାଲିଛି 5t ଶାସନ | କିନ୍ତୁ 5t କୁ ବେଖାତୀର କରୁଛନ୍ତି ପୋଲିସ କର୍ମଚାରୀ |ଯେଉଁଠି ଜଣେ ନିରୀହ ବୃଦ୍ଧା ଙ୍କୁ ନ୍ୟାୟ ମିଳିପାରୁନି ସେଇ ରାଜ୍ୟରେ ପୋଲିସ ଠୁ କଣ ଆଶା କରାଯାଇପାରେ |
ହେଲେ ଏହି ଘଟଣାରେ ସଠିକ୍ ତଦନ୍ତ କରି ଅପରାଧି କୁ ଦଣ୍ଡ ମିଳିବ ତ? ପୋଲିସ ଏହି ଘଟଣାରେ ତତ୍ପରତା ଦେଖାଇ ଅପରାଧୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ତ? ତାହାକୁ ହିଁ ରହିଛି ଅପେକ୍ଷା.. |
ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥ ଫୋକସ ପ୍ଲସ |