ଫୋକସ ପ୍ଲସ(ରାଜଗାଙ୍ଗପୁର)୧/୦୮/ ୨୦୨୨ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ସୁପରିଚିତ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଦଲବିନ୍ଦର ସିଂହ ଭାଙ୍ଗୁଙ୍କର (୬୬) ବର୍ଷ ବୟସରେ ପରଲୋକ ହୋଇଯାଇଛି।ଡାକ୍ତର ଦଲବିନ୍ଦର ସିଂହ ଭାଙ୍ଗୁ ଜଣେ ପେସାରେ ଡାକ୍ତର ହୋଇଥିବା ବେଳେ ଜଣେ ସମାଜସେବୀ ଭାବରେ ମଧ୍ୟ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ବେଶ ପରିଚିତ ଥିଲେ।କିଛିଦିନ ତଳେ ସିଏ ରାୟଗଡ ରେଳ ଷ୍ଟେସନରେ ଟ୍ରେନରେ ଚଢୁଥିବା ସମୟରେ ପ୍ଲାଟଫର୍ମ ପଡିଯିବା ଯୋଗୁଁ ତାଙ୍କର ଅଣ୍ଟାର ହାଡ ଭାଙ୍ଗି ଯାଇଥିଲା।ତେଣୁ ତାଙ୍କର ପରିବାର ଲୋକେ ରାଉରକେଲାର ପାନପୋଷରେ ଥିବା ଜେପି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ଭାଙ୍ଗୁଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି ଏବଂ ଆଜି ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି।ଡାକ୍ତର ଦଲବିନ୍ଦର ସିଂହ ଭାଙ୍ଗୁଙ୍କର ରାଜଗାଙ୍ଗପୁର ସ୍ଥିତ ସୁଭାଷ ବୋଷ ଛକ ନିକଟରେ ଏକ ସୁଭାଷ ବୋଷ ହସ୍ପିଟାଲ ରହିଛି।ଏହା ସହିତ ଡାକ୍ତରଙ୍କର ରାଣିବନ୍ଧ ସ୍ଥିତ ବାସଭବନ ନିକଟରେ ମାନସିକ ଅନଗ୍ରସର ଏବଂ ଦିବ୍ୟାଙ୍ଗ ପିଲାମାନଙ୍କୁ ଶିକ୍ଷା ଦେବା ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ହୋପ ନାମକ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଏବଂ ଉକ୍ତ ବିଦ୍ୟାଳୟରେ ପଢ଼ୁଥିବା ସମସ୍ତ ମାନସିକ ଅନଗ୍ରସର ଏବଂ ଦିବ୍ୟାଙ୍ଗ ପିଲାମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ଏବଂ ଛାତ୍ରାବାସର ପାଇଁ ସୁବିଧା କରିଥିଲେ।ଡାକ୍ତର ଭାଙ୍ଗୁଙ୍କର ଅକାଳ ମୃତ୍ୟୁ ଖବର ସହରରେ ପ୍ରଚାର ହେବାପରେ ସହରରେ ଏକପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଡାକ୍ତରଙ୍କର ଅକାଳ ବିୟୋଗରେ ସ୍ଥାନୀୟ କାରଖାନା, ପୁଲିସ ପ୍ରଶାସନ ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ବିୟୁରୋ ରିପୋର୍ଟ ଫୋକସ ପ୍ଲସ