ବୋରିଗୁମ୍ମା ବ୍ଲକ ରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ୪୩୦୦ ହେକ୍ଟର ଚାଷ ଜମି ରେ କେନାଲ ଜଳ ମାଡିଛି।ସମସ୍ତ ଚାଷୀ ଏବେ ନିଜ ଦୁଇ ପଚି ଫସଲ କରିବାର ସୁଯୋଗ ପାଇଛନ୍ତି। ଚଳିତ ରବି ଋତୁ ରେ ଧାନ ଚାଷ କାମ ଆରମ୍ଭ କରିଛନ୍ତି।ହେଲେଏପଯ୍ୟନ୍ତ ଏସବୁ ଚାଷୀ ଙ୍କ ନାମ ରବି ଋତୁ ମଣ୍ଡି ରେ ଧାନ ବିକ୍ରି ପାଇଁ ନାମ ପାଞ୍ଜିକୃତ ହୋଇପାରିନି।ଯାହାକୁ ନେଇ ବୋରିଗୁମ୍ମା ବ୍ଲକ ର ବିସିଂହପୁର,ରଣସପୁର,ସେମାଳା ଗୁଡା,ବେଣାଗାଁ , ଏବଂ ଗୁଜିନିଗୁଡା ଏଭଳି ୫ଖଣ୍ଡ ପଞ୍ଚୟତ ର ଅନେକ ଚାଷୀ ଏକତ୍ରିତ ହୋଇ ତିନି ଦଫା ଦାବି ନେଇ କୋରାପୁଟ ଜିଲ୍ଲାପାଳ, ଆବୁଦୁଲ ଅକତାର ,ଜିଲାଯୋଗଣ ଅଧିକାରୀ ଏବଂ ଉପଜିଲାପାଳ ଜୟପୁର ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଚଳିତ ରବି ଋତୁ ସମସ୍ତ ଚାଷୀ ଙ୍କ ଧାନ ବିକ୍ରି ପାଇଁ ଅନଲାଇନରେ ନାମ ପଞ୍ଜିକରଣ କେରେଇବା, ଚାଷୀ ଙ୍କ ଧାନ ବିକ୍ରି ପାଇଁ ମିଳୁଥିବା ଟୋକେନ ର ସମୟ ସୀମା ୧ମାସ କରିବା। ମଣ୍ଡି ରେ ଉଚିତ ଭିତ୍ତିଭୂମି ,ବିଦ୍ୟୁତି କରଣ,ଟଇଲେଟ, ଜଳ ଯୋଗାଣ, ୫୦୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ଗଛିତ କରିବା ପାଇଁ ବନ୍ଦୋବସ୍ତ,ଚାଷୀ ଙ୍କ ଧାନ ଓଜନ ପାଇଁ ବ୍ରିଜ କଣ୍ଟାର ସୁବିଧା ସାଙ୍ଗକୁ ଧାନ ଗଛିତ ସମୟ ରେ ରାତ୍ରି ଜଗୁଆଳି ର ବନ୍ଦୋବସ୍ତ କରିବା ନେଇ ଚାଷୀ ମାନେ ଦାବି ପତ୍ରରେ ଉଲେଖ କରିଛନ୍ତି। ସେପଟେ ଚାଷୀ ଙ୍କ ଦାବି ଉପରେ ଉଚିତ ପଦକ୍ଷପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜୟପୁର ଉପଜିଲାପାଳ ଦେବବର ପ୍ରଧାନ।ଏହି ଦାବି ପତ୍ର ପ୍ରଦାନ ସମୟ ରେ ଚାଷୀ ଚିତ୍ରସେନ ମିଶ୍ର, ତପନ ପଣ୍ଡା, ସଂଜୀବ ମହାନ୍ତି , ବିଜୟ ମିଶ୍ର, ପ୍ରଶାନ୍ତ ମିଶ୍ର, ସଞ୍ଜୀବ ମହାନ୍ତି, ଗୋପାଳ କୃଷ୍ଣ ଭଟ ସମେତ ଅନେକ ଚାଷୀ ଉପସ୍ଥିତ ଥଲେ।