ବିବାହରେ ଆସିଲା ନୂଆ ନିୟମ

ଫୋକସ ପ୍ଲସ (ବ୍ୟୁରୋ)୧୪/୦୭/୨୦୨୨: ଆପଣ କଣ ଦାଢ଼ି ନିଶ ରଖିଛନ୍ତି କି? ତାହେଲେ ହେଇଯାନ୍ତୁ ସାବଧାନ l ହଁ ଆଜ୍ଞା ଏମିତି ଗୋଟେ ନିୟମ ଆସିଛି ଯାହା କି ବିବାହ କୁ ନେଇ l ଆମେ ଏ କଥା କହୁନୁ, ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ଏକ ସମ୍ପ୍ରଦାୟଙ୍କ ନୂଆ ବିବାହ ନିୟମ ଦେଖିବାକୁ ମିଳିଛି l
ଏହି ନିୟମ ପାଲି ଜିଲ୍ଲାର 19ଟି ଗାଁରେ l ଏହି ନିୟମ ଅନୁସାରେ ଯେଉଁ ଯୁବକ ଦାଢ଼ି ନିଶ ନ ରଖିଥିବ ତାକୁ ହିଁ ବିବାହ ପାଇଁ ଅନୁମତି ମିଳିବ l ଏବେ କା ଷ୍ଟାଇଲ ନାଁରେ ଦାଢ଼ି ରଖିଥିବା ବରକୁ ବିବାହ ପାଇଁ ଅନୁମତି ନାହିଁ l ଏହି ସମ୍ପ୍ରଦାୟର ମୁଖ୍ୟ, ଏଥି ଲାଗି କି ବାହାଘର ଏକ ସାମାଜିକ ସଂସ୍କାର ଓ ବାହାଘରରେ ବର ରାଜା ଭଳି ଦେଖା ହେବା ଆବଶ୍ୟକ l ଆଉ ହଁ 19 ଗାଁର ପଞ୍ଚାୟତରେ ବିବାହ ଖର୍ଚ୍ଚ କଟା କରିବାକୁ ଏବଂ ବିବାହକୁ ସିଧାସିଧା ରେ କରିବାକୁ ବି କହିଛନ୍ତି l ଏବଂ ସମ୍ପୂର୍ଣ୍ଣ ଭାବେ ବରଯାତ୍ରୀ ଙ୍କ ନାଚ ଓ ଡିଜେ ବାଜା ସମ୍ପୂର୍ଣ ଭାବେ ବିରୋଧ କରିଆସୁଥିଲେ ଏବଂ ତାହା ଏବେ କଟକଣା ଲଗାଇଲେ l
ଆଉ ବାହାଘର ରେ କୌଣସି ପ୍ରକାର ନିଶା ଜିନିଷ କୁ ଅନୁମତି ନାହିଁ l ଏବେତ ବାହାଘର ଖର୍ଚ୍ଚ ବହୁତ ବଢ଼ିଗଲାଣି l ଲୋକ ଦେଖାଣିଆ ଉତ୍ସବ ପାଳନ କରି ଅଯଥା ପଇସା ଖର୍ଚ୍ଚ ଦେଖାଯାଉଛି l ଏବେ ଯୁବ ଗୋଷ୍ଠି ନିଜ ବନ୍ଧୁବାନ୍ଧବ ଙ୍କ ସହ ହଳଦୀ ରସମ,ମେହେନ୍ଦି ରସମ ଇଭେଣ୍ଟ କରୁଛନ୍ତି l
ସାଙ୍ଗକୁ ନିର୍ବନ୍ଧ, କେକ କଟା,ଏସବୁ ରେ ଖର୍ଚ୍ଚ ହେଉଛି ବହୁତ ଟଙ୍କା l ଏଥି ପାଇଁ କେବଳ ସମ୍ପ୍ରଦାୟ ଲଗାଇଛି କଟକଣା l ତେବେ ସମାଜ ରେ କୁମାୱତ ସମ୍ପ୍ରଦାୟଙ୍କ ଏହି କଟକଣା ଭଲ ପରିବର୍ତ୍ତନ କରିବ l

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *