ବିପଦରେ ଅଙ୍ଗନବାଡିରେ କୁନି ପିଲାଙ୍କ ଭବିଷ୍ୟତ

ଫୋକସ ପ୍ଲସ (ସିମୁଳିଆ) ୦୮/୦୭/୨୦୨୨:  ସରକାରଙ୍କ ଶିକ୍ଷା ବ୍ୟବସ୍ଥା ଓଡିଶା ରେ କେତେ ସୁଦୃଢ ତାହା ଏବେ ମଧ୍ୟ କିଛି ଅଞ୍ଚଳରେ ପରିଲିକ୍ଷିତ ହେଉଛି | ତେବେ ଯେଉଁ ଅଙ୍ଗନବାଡି କେନ୍ଦ୍ରରୁ ପିଲାଙ୍କର ପ୍ରାଥମିକ ଶିକ୍ଷା ଆରମ୍ଭ ହୁଏ | ସରକାରଙ୍କ ଅବହେଳାରେ ପଡ଼ିରହିଛି ଅନେକ ଗୁଡିଏ ଅଙ୍ଗନବାଡି କେନ୍ଦ୍ର |ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସବଙ୍ଗ ପଞ୍ଚାୟତ ସବଙ୍ଗ ଅଙ୍ଗନୱାଡ଼ି କେନ୍ଦ୍ରରେ ମଧ୍ୟ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି |ଶୋଚନୀୟ ଅବସ୍ଥାରେ ପଡ଼ିରହିଛି ଏହି ଅଙ୍ଗନବାଡି କେନ୍ଦ୍ରଟି |ବିପଦପୂର୍ଣ୍ଣ ଭାବରେ ଚାଲିଛି କୁନିକୁନି ପିଲାଙ୍କ ପାଠ ପଢା | ଏହି ଅଙ୍ଗନବାଡି ଦୀର୍ଘ ୬ ବର୍ଷ ହେଲା ଏକ ପରିତ୍ୟକ୍ତ କ୍ଳବ ଘରେ ଚାଲିଛି | କେନ୍ଦ୍ର କୁ ଯିବାକୁ ଭଲ ରାସ୍ତା ଟିଏ ନଥିବାରୁ ପଙ୍କ କାଦୁଅରେ ପଶି ଯିବାକୁ ପଡୁଛି | ଛୋଟଛୋଟ ପିଲାଙ୍କୁ ଅଭିଭାବକ ମାନେ ପାଠ ପଢେଇବାକୁ ନେଇକି ଆସି ଏଠି ଜଗି ରହିବାକୁ ପଡୁଛି ବୋଲି ଅଭିଯୋଗ କରୁଛନ୍ତି | ତେବେ ଏହି କୁନିକୁନି ପିଲାଙ୍କ ଭବିଷ୍ୟତ ଉପରେ କେବେ ଶିକ୍ଷାବିଭାଗ ଏବଂ ପ୍ରଶାସନର ଆଖି ପଡୁଛି ତାହାହିଁ ଦେଖିବାକୁ ବାକି ରହିଲା |

ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *