ଫୋକସ ପ୍ଲସ(ରାଇରଙ୍ଗପୁର)୩୦/୦୮/୨୦୨୨: ରାଇରଙ୍ଗପୁର ପୌରପାଳିକା ରେ ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର କାମ।ଅଣ୍ଚାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରପାଳିକା ର ବିଭିନ୍ନ ଉଆଡ୍ ରେ ବିନା ସୂଚନା ଫଳକ ରେ ଚାଲିଛି ବିଭିନ୍ନ ପ୍ରକାର ପ୍ରକଳ୍ପ ର କାମ ଚାଲିଛି ସତ୍ କିନ୍ତୁ କାମ ହେଉଥିବା ପ୍ରକଳ୍ପ ର ନା ଅଛି ସୂଚନା ଫଳକ ନା ଅଛି ବିସ୍ତୃତବିବରଣି। ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାଇରଙ୍ଗପୁର ପୌରପାଳିକା ର ଦୁଇ ନମ୍ୱର ଉଆଡ଼ ରେ ପ୍ରାୟ ହାପ କିଲୋମଟର ରାସ୍ତା ପେପୋର ବ୍ଲକ୍ ରାସ୍ତା କାମ ଆରମ୍ଭ ହୋଇଥିଲା କିନ୍ତୁ ଯେହେତୁ କାମ ଟି ଠିକାଦାର ଅତି ନିମ୍ନମାନର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ତେଣୁ କରି ବାଇଦାପୋଷି ର ଉଆଡ଼ ମେମ୍ବର ଶୁକଦେବ ବେହେରା ଓ ଗ୍ରାମ ବାସୀ ମିଶି ଚାରି ଦିନ ଆଗୋରୁ ଠିକାଦାର କୁ କାମ ବନ୍ଦ କରିବା ପାଇଁ କହିଥିଲେ। କିନ୍ତୁ ସେ କାହାରିକୁ କିଛି ନ ଜଣାଇ ଆଜି ଥରେ ପୁଣି କାମ ଆରମ୍ଭ କରୁଥିବା ସମୟରେ ଗ୍ରାମ ବାସୀ ମାନେ ଠିକାଦାର କୁ କାମ ବନ୍ଦ କରିବା ପାଇଁ କହିଥିଲେ। ଉଆଡ ମେମ୍ବର ଶୁକଦେବ ବେହେରା ବାରମ୍ବାର ରାଇରଙ୍ଗପୁର ପୌରପାଳିକା ର ଯନ୍ତ୍ରୀ ମୃତୁଞ୍ଜୟ ପହି କୁ ଫୋନ୍ କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ। ବାରମ୍ବାର ଯନ୍ତ୍ରୀ ପୋହି କର ବିରୁଦ୍ଧରେ ଅଭିଜଗୋ ହେଉଥିଲେ ମଧ୍ୟ ରାଇରଙ୍ଗପୁର ପୌରପାଳିକା ର ଏଗଜୁଟିଭ ଅଫିସର ଏବଂ 5ଟି ସଚିବ ଭି କେ ପାଣ୍ଡିଆନ ଆଜି ପର୍ଯ୍ୟନ୍ତ କିଛି କାର୍ଯାନୁଷ୍ଠାନ ଗ୍ରହଣ ନ କରିବା ଜନସାଧାରଣ କର ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଠିକାଦାର ବିନା JE ରେ କିଛି ବାଟ ରାସ୍ତା କାମ ଖାଲିଓଲ୍ପ ମେଟାଲ ଓ ବେଶୀ ଭାଗ ବାଲି ଦେଇ ଢ଼ଳlଇ କରିଥିବା ର ଦୃଶ୍ୟ ଦେଖିବାକୁ ମିଳିଛି। ଇଷ୍ଟିମେଟ ରେ ଚାରି ଇଞ୍ଚ ର ମେଟାଲ ଢ଼ଲୋଇ ହେବାକଥା କିନ୍ତୁ ଯେହେତୁ JE କାମ ଦେଖିବା ପାଇଁ ଯାଉନଥିବାରୁ ଠିକାଦାର ମନଇଚ୍ଛା ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କାଲୁଟି ନେବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏ ଠାରେ ପ୍ରଶ୍ନ ଉଠିଛି ଏହି କାମ ଟି କୁ JE କେଉଁ ଉଦେସୋରେ ତଦାରଖ କରିବାକୁ ଯାଉନାହାନ୍ତି। ଗ୍ରାମ ବାସୀ ମାନକ ମୋଧରେ ପ୍ରଶ୍ନ ଉଠିଛି କାଳେ JE ଓ ଠିକାଦାର କର ଭିତରେ ସଲାସୁତୁରା ରେ ଚାଲିଛି କି ଏହି କାମ। ଯଦି ଯୋଥା ଶୀଘ୍ର ନିମ୍ନମାନର କାମ କରୁ ଥିବା ଠିକାଦାର ଓ JE ମୃତ୍ତୁଞ୍ଜୟ ପୋହୀ କର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ ତାହାଲେ ଗ୍ରାମ ବାସୀ ରାଜରାସ୍ତା ଅବରୋଧ କରିବା ସହିତ ରାଇରଙ୍ଗପୁର ପୌରପାଳିକା ଘେରାଉ କରାଯିବ ବୋଲି ଗ୍ରାମ ବାସୀ ଗୋଣମାଧମ୍ ସମ୍ମୁଖରେ ପ୍ରକାଶ କରିଛନ୍ତି।
ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ ପ୍ଲସ।