ଫୋକସ ପ୍ଲସ(ଚୌଦ୍ୱାର)୨୪/୦୮/୨୦୨୨: ମୋ ସ୍କୂଲ ଅଭିଯାନ ଯୋଜନାରେ ଚୌଦ୍ୱାର ଅଂଚଳରେ ନୂତନ ଭାବେ ୫-ଟି ଅନ୍ତର୍ଭୁକ୍ତ ହେବାକୁ ଯାଉଥିବା ବିଦ୍ୟାଳୟଗୁଡିକୁ ସୋମବାର ଚୌଦ୍ୱାର-କଟକ ବିଧାୟକ ସୌ୍ଭିକ ବିଶ୍ୱାଳ ହଠାତ ପରିଦର୍ଶନ କରି ଏହାର ଭିତିଭୂମି ଓ କାର୍ଯ୍ୟକାରିତା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବିଧାୟକ ଚୌଦ୍ୱାର ପୌରପାଳିକା ଅଧିନ ୬ନଂ. ୱାର୍ଡ ମୁଣ୍ଡମାଳ ସ୍ଥିତ ଝୋଟେଶ୍ୱର ହାଇସ୍କୁଲ,ଓଟିଏମ୍ କଲୋନୀ ସ୍ଥିତ ଗୋପବନ୍ଧୁ ହାଇ ସ୍କୁଲ, ଦୌଲତାବାଦସ୍ଥିତ ନିଗମାନନ୍ଦ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ବାଣୀପଦା ବନ୍ଦଳୋ ବାଲୁଙ୍କେଶ୍ୱର ହାଇ ସ୍କୁଲ ପରିଦର୍ଶନ କରିଥିଲେ । ଏହି ସବୁ ସ୍କୁଲର ଶ୍ରେଣୀଗୃହ, ଶିକ୍ଷାଦାନ ବ୍ୟବସ୍ଥା,ପାଠାଗାର, ଶୌଚାଳୟ, ସ୍ୱଚ୍ଛତା,ସ୍ମାର୍ଟ କ୍ଲାସ ବ୍ୟବସ୍ଥା ଆଦି ବୁଲି ଦେଖିବା ସହ ସ୍କୁଲର ବିଭିନ୍ନ ସମସ୍ୟା ଓ ସ୍କୁଲର ସୌନ୍ଦର୍ଯ୍ୟ କରଣ କରିବା ପାଇଁ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ପରିଦର୍ଶନ ସମୟରେ ସ୍କୁଲଗୁଡିକରେ ଶିକ୍ଷକ ଓ କର୍ମଚାରୀ ଅଭାବ ଥିବାନେଇ ବିଧାୟକଙ୍କୁ ଅବଗତ କରିଥିଲେ । ଏହି ପରିଦର୍ଶନରେ ଟାଙ୍ଗୀ- ଚୌଦ୍ୱାର ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର, ନଗର ବିଜେଡି ସଭାପତି ବିଷ୍ଣୁ ଚରଣ ପରିଡା,ରାଜ୍ୟ ଯୁବ ସହସମ୍ପାଦକ ଅର୍ଜୁନ ପଣ୍ଡା,କାଉନସିଲର ବିନୋଦିନୀ ରାଉତରାୟ, ଦିଲୀପ ସାହୁ,ଅଜୟକୁମାର ବେହେରା ,ଆଶୁତୋଷ ଦାସ ପ୍ରମୁଖ ସାମିଲ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ଭାସ୍କର ଚନ୍ଦ୍ର ରାଉତରାୟ, ଅଶ୍ୱନୀ ଜେନା, ଭୀମସେନ ବିଶ୍ୱାଳ, ସୁରେଶ ରାଉତରାୟ,ପୂର୍ବତନ କାଉନସିଲର ମନୋଜ କୁମାର ମହାନ୍ତି, ଅଶୋକ ସାହୁ,ସଞ୍ଜୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।