ଫୋକସ ପ୍ଲସ(ଚୌଦ୍ୱାର)୧୭/୦୮/୨୦୨୨: ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁରେ କ୍ଷତି ପୁରାଣ ଦାବିକରି ଜାତୀୟ ରାଜପଥ ଅବରୋଧ କଲେ ଲୋକେ । ସୂଚନା ଅନୁଯାୟୀ ଶନିବାର ରାତିରେ ଚୌଦ୍ଵାର ପୌରପାଳିକା ୧୭ନମ୍ୱର୍ ୱାର୍ଡ ହରିଜନ ସାହିରେ ଜଗନ୍ ନାୟକ ନାମକ ଜଣେ ଯୁବକ ଘର ଭିତରେ ଟିଭି ଲଗାଉଥିବା ସମୟରେ ହଠାତ୍ କରେଣ୍ଟ ହାଇ ହୋଇଯିବାରୁ ଯୁବକ ଜଣଙ୍କ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ପରିବାର ଲୋକେ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ଶବ ବ୍ୟବଛେଦ ପରେ ତାଙ୍କ ମୃତ ଦେହକୁ ଜଗନର ପରିବାର ଓ ସାହି ବାସିନ୍ଦା ଚୌଦ୍ଵାର କଲେଜ ନିକଟରେ ୫୫ନମ୍ୱର୍ ଜାତୀୟ ରାଜପଥ ଉପରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ।ପରିବାର ଲୋକେ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିବା ସହିତ ପରିବାର ୨ଜଣଙ୍କୁ ଚାକିରି ଦେବାକୁ ଦାବି କରିଥିଲେ । ଖବର ପାଇ ଚୌଦ୍ଵାର ପୋଲିସ ପୌରାଧ୍ୟକ୍ଷ,ଉପାଧ୍ୟକ୍ଷ ଓ କାଉନସିଲର ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରିଥିଲେ । ମୃତ ଜଗନ ପୌରପାଳିକାରେ ସୁଇପର ଭାବେ କାର୍ଯ୍ୟ କରୁଥିବାରୁ ।ତାଙ୍କ ପରିବାରର ୨ଜଣଙ୍କୁ ଚାକିରି ଦିଆଯିବ ବୋଲି ପୌରଧ୍ୟକ୍ଷ ପ୍ରତିଶ୍ରୁତି ଦେବା ସହିତ ଶୁଦ୍ଧିକ୍ରିୟା ଓ ବିଦ୍ୟୁତ୍ ବିଭାଗ ସହିତ ଆଲୋଚନା କରି ଆର୍ଥିକ କ୍ଷତି ପୂରଣ ଦିଆଯିବ ବୋଲି କହିବାରୁ ରାସ୍ତା ଅବରୋଧ ହଟିଥିଲା । ବିଦ୍ୟୁତ୍ କରେଣ୍ଟ ହାଇ ହୋଇଯିବା ଫଳରେ ସ୍ଥାନୀୟ ଅଞ୍ଚଳର ବହୁ ବିଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ନଷ୍ଟ ହୋଇଥିବା ଜିନିଷର କ୍ଷତି ପୂରଣ ଦାବି କରିଛନ୍ତି ।
ଚୌଦ୍ୱାରରୁ ମାନସ କୁମାର ସାମଲଙ୍କ ରିପୋର୍ଟ ଫୋକସ ପ୍ଲସ |