ଫୋକସ ପ୍ଲସ(ଭଦ୍ରକ)୨୦/୦୮/୨୦୨୨:ଦିନକୁ ଦିନ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଶିକ୍ଷା ବିଭାଗର କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି।କେଉଁ ବିଦ୍ୟାଳୟର ୧ମାସ ପାଖାପାଖି ହେବ ମଧ୍ୟାହ୍ନ ଭୋଜନ ନଖାଇ ପିଲା ଉପାସ ତ ପୁଣି କେଉଁଠି ବିଦ୍ୟାଳୟର ଆର୍ଥିକ ଅନୁଦାନ ଅର୍ଥ ହେରଫେର।ନିର୍ବାଚନ ସମୟରେ ଶିକ୍ଷକ ରାଜନୈତିକ ସମାବେଶରେ ସାମିଲ ହେବା ହେଉ କିମ୍ବା ବିଦ୍ୟାଳୟ ପରିସରରେ ନିଶାସକ୍ତ ହୋଇ ହାଇଡ୍ରାମା ପରି ବିଭିନ୍ନ ଘଟଣା ସାମ୍ମାନାକୁ ଆସୁଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ ନିରବତାକୁ ନେଇ ଉଠୁଛି ପ୍ରଶ୍ନ!ସେହିପରି ଗତ ୧୨/୮/୨୦୨୨ରିଖ ଦିନ ସରକାରୀ ଉଚ୍ଚ ପ୍ରାଥମିକ ଦିଦ୍ୟାଳୟ ବଙ୍ଗାଳିପଡା ,ବିଦେଇପୁରରେ ପ୍ରଧାନ ଶିକ୍ଷକ ମଦ୍ୟପାନ କରି ଉନ୍ମତ୍ତ କାଣ୍ତ କରିଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।ପ୍ରଧାନ ଶିକ୍ଷକ ସହକାରୀ ଶିକ୍ଷକଙ୍କୁ ଦୁର୍ବ୍ୟହାର ଖରାପ କରିବା ପରେ ପୋଲିସ ଉଦ୍ଧାର କରି ଥାନାକୁ ନେଇଥିଲା ।ସୂଚନା ଯୋଗ୍ୟ ବିଦ୍ୟାଳୟ ପ୍ରଧାନ ନିରଞ୍ଜନ ପ୍ରଧାନ ଗତ ଶୁକ୍ରବାର ମଦ୍ୟପାନ କରି ବିଦ୍ୟାଳୟକୁ ଆସିଥିବା ସହ ବିଦ୍ୟାଳୟରେ ପିଲାଙ୍କୁ ସୋୟାବିନ ଆଳୁ ଖାଇବାକୁ ଦେଇ ମାଂସ ରୋଷେଇ କରି ଭୋଜି କରିଥିଲେ।ଏଥି ସହ ତପନ କୁମାର ବେହେରା ନାମକ ଶିକ୍ଷକଙ୍କୁ ଚେୟାର ଧରି ପିଟିବାକୁ ଉଦ୍ୟମ ବେଳେ ସରପଞ୍ଚ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଗିରି ସମେତ ଗ୍ରାମବାସୀ ଅଟକାଇବା ସହ ପରିଚାଳନା କମିଟିର ସଭାପତି ପ୍ରହ୍ଲାଦ ମଣ୍ତଳଙ୍କୁ ଖବର ଦେଇଥିଲେ।ଗୋପବନ୍ଧୁ ନଗର ଗ୍ରାମପଞ୍ଚାୟତ ସରପଞ୍ଚ ବଳରାମ ଗିରି ଏବଂ ସଭାପତି ସମେତ ଗ୍ରାମବାସୀ ପହଁଚିଥିଲେ।ଆପଣଙ୍କୁ ତାଗିଦ ସତ୍ତ୍ୱେ ବାରମ୍ବାର ମଦ୍ୟପାନ କରି ସ୍କୁଲକୁ କଣ ପାଇଁ ଆସୁଛନ୍ତି ବୋଲି ପ୍ରଶ୍ନ କରିବା ସହ ହୋହାଲ୍ଲା କରିଥିଲେ।ଖବର ପାଇ କଶିଆ ସାମୁଦ୍ରିକ ଥାନା ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରି ଥାନାକୁ ନେଇଥିବା ବେଳେ ସମ୍ପୃକ୍ତ ଶିକ୍ଷକଙ୍କୁ ମେଡିକାଲ ଟେଷ୍ଟ ପାଇଁ ଦାବୀ କରିବା ସହ କଶିଆ ସାମୁଦ୍ରିକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଶିକ୍ଷକ ଜଣଙ୍କ ଲିଖିତ ଆକାରରେ ନିଜର ଦୋଷ ସ୍ୱିକାର କରିବା ସହ ପୂର୍ନବାର ଏମିତି ଭୁଲ ନକରିବା ସହ ନିଜ ଇଛାରେ ଅନ୍ୟତ୍ର ବଦଳି ହୋଇଯିବି ବୋଲି କହିବା ପରେ ପୋଲିସ ଛାଡିଥିଲା।ବିଦ୍ୟାଳୟ ଭଳି ଏକ ପବିତ୍ର ଶିକ୍ଷାର ମନ୍ଦିରରେ ନିୟମିତ ନଆସି ମାସରେ ମାତ୍ର ୭ରୁ୮ ଦିନ ଆସିବା ସହ ଶିକ୍ଷକ ମଦ୍ୟପାନ କରିଆସୁଥିଲେ ବି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ ସତ୍ତ୍ୱେ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିବା ସହ ଅନ୍ୟତ୍ର ବଦଳି ପାଇଁ ଦାବି କରିଥିଲେ ଗ୍ରାମବାସୀ।ଘଟଣାକୁ ୭ଦିନ ବିତି ଯାଇଥିଲେ ମଧ୍ୟ ବ୍ଲକ ଶିକ୍ଷାଅଧିକାରୀ ହାତ ଖାଲିକୁ ନେଇ ଦାନା ବାନ୍ଧୁଛି ଆନ୍ଦୋଳନ।ତେବେ କାହା ଚାପରେ ଚାପି ଯାଉଛନ୍ତିକି ବ୍ଲକ ଶିକ୍ଷା ଅଧିକାରୀ!ପୂର୍ବରୁ ଶିକ୍ଷକ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସୁନ କାରଣ ଅସ୍ପଷ୍ଟ ! ଏହି ଘଟଣା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ମତାମତ ଜାଣିବା ପାଇଁ ଚାହିଁଥିଲେ ହେଁ କୌଣସି ଘଟଣା ବିଷୟରେ ଜାଣିନାହିଁ ବ୍ଲକ ଶିକ୍ଷା ଅଧିକାରୀଙ୍କ ସହିତ ଘଟଣା ସମ୍ପର୍କରେ ଆଲୋଚନା କରିବି ! ଏଠି ପ୍ରଶ୍ନ ଉଠୁଛି ବାସୁଦେବପୁର ଶିକ୍ଷା ଅଧିକାରୀ ଏହି ସବୁ ଘଟଣା ଜାଣିଶୁଣି ଚୁପ ବସିଛନ୍ତି ନା ରହିଛି ଭିତିରିଆ କୌଣସି ଅଲଗା ସମ୍ପର୍କ ! ତାହାଲେ ଘଟଣା ଘଟାଉ ଥିବା ମୂଳର କଣ ରହିଛି ରହସ୍ୟ ଶିକ୍ଷା ବ୍ୟବସ୍ତା ଉପରେ ନଜର ରହିଛି ନା ଅଲଗା କିଛି ଉପରେ ! ସଭିଏଁ ପଢନ୍ତୁ ସଭିଏଁ ବଢ଼ନ୍ତୁ ରାଜ୍ୟ ସରକାର ଙ୍କ ନାରା ଫୁ କରାଯାଉଛି କି ? ଦେଖିବାକୁ ବାକି ରହିଲା କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ପ୍ରଧାନ ଶିକ୍ଷକ ଙ୍କ ଉପରେ ! କେବେ ସୁଧୁରିବ ବାସୁଦେବପୁର ଶିକ୍ଷା ବ୍ୟବସ୍ଥା ! ତାହା ମଧ୍ୟ ଦେଖିବାକୁ ବାକି ରହିଲା !