ଫୋକସ ପ୍ଲସ (ଶେରଗଡ଼)୧୩/୦୭/୨୦୨୨ : ଶେରଗଡ ବ୍ଲକ ର ପୂର୍ବତନ ବିଡ଼ିଓ ଶମ୍ଭୁନାଥ ନନ୍ଦୀ ପଦୋନ୍ନତି ପାଈବା ପରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହ ନୂତନ ଭାବେ ଯୋଗ ଦେଈଥିବା ମନୋରଞ୍ଜନ ସାହୁ ଙ୍କୁ ସ୍ବାଗତ କରାଯାଇଛି। ଏହି ସମ୍ବର୍ଦ୍ଧନା ଉତ୍ସବକୁ ବ୍ଲକ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ସଂଯୋଜନା କରିଥିଲା ବେଳେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ସଭାପତିତ୍ୱ କରିଥିଲେ। ଏହି ଉତ୍ସବ ରେ ଶେରଗଡ ତହସିଲଦାର ଡଃ ଦୟାସିନ୍ଧୁ ପରିଡା, ହିଞ୍ଜିଳିକାଟୁ ବିଡ଼ିଓ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡା, ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ,ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକ, ଆସିକା ଏସଡିପିଓ ଉମାଶଙ୍କର ସିଂହ, ଶେରଗଡ ଥାନାଧିକାରୀ ମନୋଜ କୁମାର ପ୍ରଧାନ, ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ, ଧରାକୋଟ ଥାନାଧିକାରୀ ଙ୍କ ସହିତ ବ୍ଲକ ର ସମସ୍ତ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।