ଫୋକସ ପ୍ଲସ(ବାଲିଆପାଳ)୩୦/୦୭/ ୨୦୨୨: ସୁବର୍ଣ୍ଣ ରେଖା ବନ୍ଦର ନିର୍ମାଣ ହେଲେ ଅଂଚଳର ବିକାଶ ହେବା ସହିତ ଜନ ଜାତିର ବିକାଶ ହେବ ! ଏହା ଓଡ଼ିଶାର ଗୋଲଡେନ ପ୍ରଜେକ୍ଟ !ସୂଚନା ଅନୁଯାୟୀ ରାଜ୍ୟ ସରକାର ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୋୖମୁଖ ଠାରେ ସମୁଦ୍ର ବେଳାଭୂମିରେ ଟାଟା ପାୱାର ଦ୍ୱାରା ସୁବର୍ଣ୍ଣ ରେଖା ବନ୍ଦର ନିର୍ମାଣ କରିବାକୁ ଯାଉଛନ୍ତି ! ଏହା ଏକ ଓଡିଶା ପାଇଁ ଗୋଲଡେନ ପ୍ରଜେକ୍ଟ ବୋଲି ପୋଟ ର କର୍ମକର୍ତା କହୁଛନ୍ତି ! ଯାହାକୁ କି ବାଲିଆପାଳ ଭିଟାମାଟି ସୁରକ୍ଷା କମିଟି ତରଫରୁ ବାରମ୍ବାର ବିରୋଧ କରାଯାଉଛି !ବନ୍ଦର ହେଲେ ଏହା ବେଳା ଭୂମି ସହିତ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ସୁବିଧା ହେବ ତତ ସହିତ ବନ୍ଦର ହେଲେ ସ୍ଥାନୀୟ ଅଂଚଳର ବିକାଶ ଘଟିବ ସ୍ଥାନୀୟ ବେକାର ଯୁବକ ଯୁବତୀ ଚାକିରୀ ପାଇବା ସହିତ କାର୍ଯ୍ୟକ୍ଷମ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବୀ କରିଛନ୍ତି ସୁବର୍ଣ୍ଣ ରେଖା ବିକାଶ ପରିଷଦ ! ବନ୍ଦର ପାଇଁ ସ୍ଥାନୀୟ ଲୋକଙ୍କୁ ବିସ୍ଥାବିତ ହେବାକୁ ଦେବେ ନାହିଁ ଏହା ସହିତ ବାଲିଆପାଳରେ ୫୦୦ଶଯ୍ୟା ବିଶିଷ୍ଟ ଏକ ମଲଟି ହସ୍ପିଟାଲ ତିଆରି କରିବା , ରେଳ ଲାଇନ ଯୋଗୁଁ ଜମି ହରାଉଥିବା ସମସ୍ତ ପରିବାରରକୁ ଚାକିରି ଯୋଗେଇ ଦେବା ଏବଂ ବନ୍ଦର ସପକ୍ଷ ବାଦୀ ଓ ବିପକ୍ଷ ବାଦୀଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଡିବେଟ ମାଧ୍ୟମରେ ସମାଧାନର ବାଟ ଫିଟେଇବା ପାଇଁ ଟାଟା ପାୱାର ତଥା ପ୍ରଶାଶନକୁ ଦାବୀ କରିବେ ବୋଲି ସୁବର୍ଣ୍ଣ ରେଖା ବିକାଶ ପରିଷଦ କହିଛି !ଖୁବ ଶୀଘ୍ର ବନ୍ଦର କାର୍ଯ୍ୟ ତ୍ୱରାନିତ୍ବ କରିବା ପାଇଁ ୫ହଜାର ଦସ୍ତଖତ ବିଶିଷ୍ଟ ଏକ ଦାବୀ ପତ୍ର ବିକାଶ ପରିଷଦ ତହସିଲଦାରଙ୍କୁ ପ୍ରଦାନ କରିବ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି !
ବାଲିଆପାଳରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |