ବିକାଶର ବାଟ ଚାହିଁ ବସିଛି ତଳ ମିନାଖୁଣ୍ଟି ଗାଁ

ଫୋକସ ପ୍ଲସ (କାଶୀପୁର)୨୪/୦୭/୨୦୨୨: ବିକାଶର ବାଟ ଚାହିଁ ରହିଛି ତଳ ମିନାଖୁଣ୍ଟି ଗାଁର ରାସ୍ତା । ଏସବୁ ବିକାଶ ଦେଖି ଆପଣଙ୍କ ମନରେ ଟିକିଏ କଷ୍ଟ ଲାଗିବ, ଇଏ କୋଉ ଇଲାକାର ବିକାଶ ବୋଲି ଭାବୁଥିବେ l ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଦେଖାଉଛୁ , ଆମ ରାଜ୍ୟରେ ତଥା ଦେଶରେ ସବୁବେଳେ ଚର୍ଚ୍ଚାରେ ରହିଥିବା ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବଣ ଜଙ୍ଗଲ ଘେରା ଆଦିବାସୀ ଅଦ୍ୟୁଷିତ ଇଲାକା ସିରିପାଇ ପଞ୍ଚାୟତର ତଳ ମିନାଖୁଣ୍ଟି ଗାଁର ଦୃଶ୍ୟ। ଦେଶ ଆଉକିଛି ଦିନ ପରେ 75 ତମ ସ୍ୱାଧୀନତା ଦିବସ ପାଳନ କରିବ କିନ୍ତୁ ଏହି ଗାଁର ଲୋକେ କେବେ ସ୍ୱାଧୀନତାର ସ୍ୱାଦ ଚାଖିବେ ଏହା ଏକ ବଡ଼ ପ୍ରଶ୍ନ ? କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମାଳ ମାଳ ଯଜନା ଥିଲେ ମଧ୍ୟ ଏହି ଗାଁରେ ପ୍ରତିଶୃତିରେ ବିକାଶ ଚାଲିଛି l ଗ୍ରାମରେ ବାସ କରନ୍ତି 20, ରୁ 25 ଘର ଆଜକୁ 40 ବର୍ଷ ହେବ , ବିକାଶ କଣ ବୋଲି ଏହି ଲୋକମାନଙ୍କୁ ପ୍ରଶ୍ନ କରାଯାଏ ତେବେ ହୁଏତ ନିରୁତର ରହିବ, ଏଠି ବିଜୁଳି ର ଆଲୋକ କେବେ ପହଞ୍ଚିବ ଗ୍ରାମ ବାସି ଚାହିଁ ରହିଛନ୍ତି , ରାସ୍ତା କଥା କହିଲେ ମାଟି କାଦୁଅ ପଚ ପଚ ବିଲ ହୁଡ଼ାରେ ବର୍ଷ ତମାମ ଚାଲିବାକୁ ପଡିଥାଏ , ଯଦି ପିଇବା ସ୍ୱଚ୍ଛପାଣି କଥା କହିବା ବର୍ଷସାରା ନାଳ ପାଣିରେ ହିଁ ଭରସା କରନ୍ତି ଗାଁ ଲୋକେ , ଏବେ କାଶୀପୁର ଅଞ୍ଚଳରେ ଡାଇରିଆ ରୋଗ ବ୍ୟପିବାରେ ଲାଗିଥିବା ବେଳେ ଏହି ଗ୍ରାମର ଲୋକଙ୍କ ପାଇଁ ପିଇବା ପାଣିର ଶୁଭିଧା ଯୋଗାଇବ କିଏ ? ସରକାରଙ୍କ ବସୁଧା ଯୋଜନା ଲୁଚିଲା କଉଠି, ତେବେ ଏଭଳି ଦୃଶ୍ୟ ଦେଖା ଯାଉଥିଲେ ମଧ୍ୟ ପ୍ରଶାସନ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇବା ଓ ଅଣ ଦେଖା କାହିଁକି ? କଣ ଭୁଲ କଲେ ତଳ ମିନାଖୁଣ୍ଟି ଗ୍ରାମ ବାସି , ରାଜ୍ୟ ସରକାର ଦୁଇ ଦଶନ୍ଦୀ ରୁ ଅଧିକ ସମୟ ଶାସନ ଭାର ତୁଲାଇଥିବାର ଏ ହେଉଛି ବିକାଶର ନଗ୍ନ ଚିତ୍ର l ବହୁ ଦୁଃଖ ଓ ପରୀତାପର ବିଷୟ ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ହୋଇ ପାରିଲାନି ଏହି ଗ୍ରାମର ବିକାଶ । ଏ ଭଳି ଦୁର୍ଗମ ଅଞ୍ଚଳକୁ ସରକାର ତିଆରି କରିଥବା ଯୋଜନା ପହଞ୍ଚିବାକୁ ଆଉ କେତେବର୍ଷ ଲାଗିବ । ଏହି ଖବର ପ୍ରସାରଣ ହେବା ପରେ ବ୍ଲକ ଓ ଜିଲ୍ଲା ପ୍ରଶାସନ କେତେ ତତପରତା ହେବେ ଏବଂ କେବେ ନଜର ପଡିବ ଦେଖିବାକୁ ବାକି ରହିଲା ଜନତା ଙ୍କ ଖବର ଫୋକସର ନଜର ସମୟ କହିବ l

କାଶୀପୁର ରୁ କର୍ଣ୍ଣ କନ୍ଦପାଣିଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *