ବାଲିଗୁଡା ମିଶନ ଶକ୍ତିରେ ମହା ଘୋଟଲା

ଫୋକସ ପ୍ଲସ(କନ୍ଧମାଳ)୦୮/୦୮/୨୦୨୨:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ବାରଖମା ଥିବା ମିଶନ ଶକ୍ତିର ପିଜି ଗୃଫ ମାତୃଭୂବନ ଉତ୍ପାଦିକା ରେ ମହା ଘୋଟାଲା ହୋଇଥିବା ଅଭିଯୋଗ ଆଣିଲେ ଗୃଫର ମହିଳା ସଦସ୍ୟା ମାନେ ।ଘଟଣା ପ୍ରକାରେ ମିଶନ ଶକ୍ତିର ପିଜି ଗୃଫର ମାତୃଭୂବନ ମହିଳା ମାନଙ୍କୁ ସ୍ବାବିଲମ୍ବି ହେବାପାଇଁ ରାଜ୍ୟ ସରକାର ଦ୍ବାରା ଦିଆଯାଉଥିବା ଅର୍ଥ ରାଶିକୁ ପିଜି ଗୃଫର ସଭାପତି ଓ ସମ୍ପାଦକ ମାନଙ୍କୁ ହାତ କରି ନିଜ ପରିବାରର ସମ୍ପକିୟ ମାନଙ୍କୁ ପଠାଇ ଗୋଷ୍ଠି ପାଇଁ ଆସିଥିବା ଅର୍ଥ ରାଶିକୁ ମିଶନ ଶକ୍ତି ବ୍ଳକ କୋଡିନେଟର ଆଲୋକ କୁମାର ନାୟକ ଅର୍ଥକୁ ଲୁଟ କରିଥିବା ଅଭିଯୋଗ ଆଣିଛନ୍ତି ପିଜି ଗୃଫ ମାତୃଭୂବନ ସଭ୍ୟାମାନେ ।ମିଶନ ଶକ୍ତିର ମହିଳା ଗୃଫ ମାନଙ୍କୁ ସରକାର କୁକୁଡ଼ା ଚାଷ, ମାଛଚାଷ, ଗାଇ ଚାଷ ପାଇଁ ଦେଇଥାନ୍ତି ଲକ୍ଷ, ଲକ୍ଷ ଟଙ୍କା ।ବାରଖମାର ମିଶନ ଶକ୍ତି ଗୃପ ମାତୃଭୂବନ ମହିଳା ମାଆ ମାନଙ୍କୁ ହଳଦୀ ପାଉଡର କଳ ନିମନ୍ତେ ଦୁଇଲକ୍ଷ ଟଙ୍କା ପ୍ରଦାନ କରିଥିଲେ ରାଜ୍ୟ ସରକାର କିନ୍ତୁ ଏହି ଅର୍ଥ ରାଶିକୁ ଜାଲିଆତି କରି ଗୃଫର ପେସିଡେଣ୍ଟ ଓ ସେକ୍ରେଟାରୀ କୁ ହାତ କରି ବ୍ଳକ କୋଡିନେଟର ଆଲୋକ କୁମାର ସାହୁ ମିଳିତ ଭାବରେ ଉକ୍ତ ଅର୍ଥ କୁ ହଡପ ହୋଇଥିବା ଅଭିଯୋଗ କରିଛନ୍ତି ପିଜି ମିଶନ ଶକ୍ତିର ମହିଳା ସଦସ୍ୟମାନେ ।ଆଜି ବାଲିଗୁଡ଼ା ମିଶନ ଶକ୍ତିର ସମ୍ମାନିତ ଶିଶୁ ବିକାଶ ବିଭାଗକୁ ପ୍ରାୟ ୧୦ରୁ ଉର୍ଦ୍ଧ ମହିଳା ସଦସ୍ୟା ଆସି ମିଶନ ଶକ୍ତିର ବ୍ଳକ କୋଡିନେଟର ଆଲୋକ କୁମାର ନାୟକ ଙ୍କୁ ଅଫିସ ଭିତରେ ଘେରାଉ କରି ଏ ବିଷୟରେ ବିଭିନ୍ନ ପ୍ରକାରର ପ୍ରଶ୍ନ କରିଥିଲେ। ମିଶନ ଶକ୍ତିର ସଦସ୍ୟା ମାନଙ୍କର ପ୍ରଶ୍ନ ବାଣରେ ଘାଇଲା ହୋଇ ତୁତୁ,ମେମେ ହୋଇଥିଲେ କୋଡିନେଟର ଆଲୋକ ନାୟକ। ଏହି ଅର୍ଥଲୁଟ ଅଭିଯୋଗ ନେଇ ବିଡିଓ ଏବଂ ସମ୍ମାନିତ ଶିଶୁ ବିକାଶ ଅଧିକାରିଣିକୁ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି ମିଶନ ଶକ୍ତିର ମହିଳା ମାନେ ।ଏଭଳି ବାଲିଗୁଡାରେ ମିଶନ ଶକ୍ତି ସ୍ବୟଂସହାୟକ ଗୋଷ୍ଠି ପିଜି ଗୃଫ ମାନଙ୍କ ଠାରୁ ଅର୍ଥଲୁଟ ଅଭିଯୋଗ ଉପରେ ଉଚ୍ଚପଦସ୍ତ ଅଧିକାରୀ ଙ୍କ ଦ୍ଵାରା ତଦନ୍ତ କରାଯାଇ ବାଲିଗୁଡା ବ୍ଳକରେ କେତେ କୋଟି ଟଙ୍କା ହେରେଫେର ହୋଇଛି ତାହା ପଦାକୁ ଆସିବ ବୋଲି କହିଛନ୍ତି ବୃଦ୍ଧିଯିବି ମାନେ ।ଏ ଅଭିଯୋଗ ବିଷୟରେ ମିଶନ ଶକ୍ତି ବ୍ଳକ କୋଡିନେଟର ଆଲୋକ କୁମାର ନାୟକକୁ ପଚାରିବାରୁ ସେ ବାକ୍ ଚତୁରତାର ସହିତ ଏଥିରେ ତାଙ୍କର ସଂପୃକ୍ତି ନଥିବା ନେଇ କହିଛନ୍ତି ।

 

କନ୍ଧମାଳ ରୁ ବନବାସୀ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *