ବାଧ୍ୟତାମୂଳକ ଶିକ୍ଷା ଆଇନ ସଚେତନତା ସଭା

ଫୋକସ ପ୍ଲସ(ଆନନ୍ଦପୁର) ୩୧/୦୭/ ୨୦୨୨:ଆନନ୍ଦପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଶନିବାର ଦିନ ଶାଳପଡା କ୍ଷେତ୍ର ମୋହନ ବିଦ୍ୟାପୀଠରେ ଶିକ୍ଷାର୍ଥୀ ମାନଙ୍କୁ ନେଇ କିଶୋର ନ୍ୟାୟ (ଶିଶୁ ଯତ୍ନ ଓ ସୁରକ୍ଷା)ଆଇନ ଓ ମାଗଣା ବାଧ୍ୟତାମୂଳକ ଶିକ୍ଷା ଆଇନ ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ସଚେତନତା ସଭାରେ ଲିଗାଲ ଏଡ୍ ମେମ୍ବର ବାଇଧର ସେଠୀଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ଆନନ୍ଦପୁର ତାଲୁକ ଆଇନ ସେବା ସମିତିର ର ଅଧ୍ୟକ୍ଷ ତଥା ମାନନୀୟା ଅତିରିକ୍ତ ଜିଲ୍ଲା ଦୌରାଜଜ ପ୍ରଜ୍ୟୋତି ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବରେ ଆନନ୍ଦପୁର ଉପଖଣ୍ଡ ବିଚାର ବିଭାଗ ମାଜିଷ୍ଟ୍ରେଟ ଈଶା ପତି, ଘଷିପୁରା ଗ୍ରାମ ନ୍ୟାୟାଳୟ ର ନ୍ୟାୟାଧିକାରୀ ସୁମିତ୍ରା କୁମାରୀ ଦାଶ, ଅନ୍ୟତମ ଅତିଥି ଭାବରେ ଓକିଲ ସଂଘର ସଭାପତି ଦୟାନିଧି ଦାଶ, ଆନନ୍ଦପୁର ଚାଇଲ୍ଡଲାଇନ ସଦସ୍ୟ ଆଇନଜୀବୀ ଭାଗୀରଥି ଦାଶ, ପ୍ୟାନେଲ ଲୟର ହେମରଞ୍ଜନ ବେହେରା, ରିଟେନର ଆଡଭୋକେଟ ଶିବଶଙ୍କର ସାହୁ, ପ୍ରମୁଖ ଯୋଗଦେଇ ଏକ ଶୃଙ୍ଖଳିତ ସମାଜ ପାଇଁ ଶିଶୁମାନଙ୍କର ଭୂମିକା, ଶିକ୍ଷା ଓ ଭବିଷ୍ୟତ ନିର୍ମାଣ ରେ ଶିକ୍ଷା ର ଗୁରୁତ୍ବ, ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା, କିଶୋର ନ୍ୟାୟ ଆଇନର ତର୍ଜମା କରିଥିଲେ। ଚାଇଲ୍ଡଲାଇନ ର ସଦସ୍ୟ ଆଇନଜୀବୀ ଭାଗୀରଥି ଦାଶ ସମ୍ବିଧାନରେ ବର୍ଣ୍ଣିତ ଶିଶୁ ଅଧିକାର ଓ ଉତ୍ତମ ଶୈକ୍ଷିକ ପରିବେଶ, ଆବଶ୍ୟକୀୟ ଶିକ୍ଷଣ ସାମଗ୍ରୀ, ଶିକ୍ଷକ ଓ ସେବା ବିଷୟରେ ଉପସ୍ଥିତ ଶିଶୁମାନଙ୍କୁ ଅବଗତ କରି ଭବିଷ୍ୟତ ନିର୍ମାଣ ରେ ଶିକ୍ଷା ପ୍ରତି ଦାୟିତ୍ୱବାନ ହେବାକୁ ପରାମର୍ଶ ଦେବା ସହିତ ଶିଶୁ ସୁରକ୍ଷା ଓ ଯତ୍ନ ବିଷୟରେ ପରାମର୍ଶ ଦେଇଥିଲେ।ଶିଶୁ ଅଧିକାର ବ୍ୟାଘାତ ଘଟିଲେ ଅବା ଅବହେଳିତ ଶିଶୁ ଯଥା ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁ ଙ୍କ ସହାୟତା ପାଇଁ ଚାଇଲ୍ଡଲାଇନ ର ସହାୟତା ନମ୍ବର ୧୦୯୮କୁ ସହାୟତା ମାଗିବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କାଳୀପଦ ମିଶ୍ର ଶିଶୁ ମାନଙ୍କୁ ନିଜ ସୁରକ୍ଷା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ତାଲୁକ ଆଇନ ସେବାର କର୍ମଚାରୀ ଦେବାଶିଷ ବେହେରା, ଚାଇଲ୍ଡଲାଇନ ର ସଦସ୍ୟା ସସ୍ମିତା ମହାନ୍ତି, ସଦସ୍ୟ ହିମାଂଶୁ କୁମାର ରାମ, ବିଦ୍ୟାଳୟ ର ଶିକ୍ଷକ ଶିକ୍ଷକ ଶ୍ରୀବତ୍ସ ଦାଶ, ସରୋଜ ମିଶ୍ର, ସୁଧାଂଶୁ ଶେଖର ପଣ୍ଡା, ରାମଚନ୍ଦ୍ର ସାହୁ, ଓ କର୍ମଚାରୀ ଅଜୟ ରାଉତ ପ୍ରମୁଖ ସହଯୋଗ କରିଥିଲେ।ପ୍ରାରମ୍ଭରେ ମା ତାରିଣୀ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରାଯାଇଥିଲା ଓ ପିଲାମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଓ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯିବା ପରେ ସଭାକାର୍ଯ୍ଯ ଆରମ୍ଭ ହୋଇଥିଲା।

 

ବିୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *