ବାଗପୁର ସରପଞ୍ଚ ଗୋପାଳ ହାତୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର !
ତେବେ କିଏ ଏହି ନାଟର ଗୋବର୍ଦ୍ଧନ ?
ଷଡ଼ଯନ୍ତ୍ର ପଛରେ କାହାର ହାତ ?
ନିର୍ବାଚନର ରାଗ ରଖି ଏଭଳି ହୀନ ପ୍ରୟାସ କରାଯାଉନି ତ ?
ନର୍ଲା/୧୧/୦୬:- କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଗପୁର ଗ୍ରାମ ପଞ୍ଚାୟତ ପିପଲପଦର ଗାଁର ଜଗବନ୍ଧୁ ନାଏକ ବାଗପୁରର ନବ ନିର୍ବାଚିତ ସରପଞ୍ଚ ଗୋପାଳ ହାତୀଙ୍କ ବିରୁଦ୍ଧରେ ଇଟା ଚୋରି କରିଥିବା ନେଇ ଏକ ଅଭିଯୋଗ ନର୍ଲା ଥାନାରେ ଦାୟର କରିଛନ୍ତି | ନର୍ଲା ଥାନା ଡି ଏସ ପି ସମ୍ବିତ ମାଝି ମଧ୍ୟ ସରପଞ୍ଚଙ୍କ ବିରୁଦ୍ଧରେ ଆଇପିସି ଧାରା ୩୭୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି | କିନ୍ତୁ ନିଜକୁ ଶାସକ ଦଳ ଖବର କାଗଜର ପ୍ରତିନିଧି ବୋଲାଉଥିବା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ପ୍ରତିନିଧି ପ୍ରତି ଦିନ ବିଭ୍ରାନ୍ତିକର ଖବର ପ୍ରକାଶଣ କରି ସମାଜକୁ କି ବାର୍ତ୍ତା ଦେବାକୁ ଚାହୁଛନ୍ତି କେଜାଣି ? ଏଠାରେ ପ୍ରକାଶ ଯୋଗ୍ୟଜେ ତା- ୦୯/୦୬ ରେ ନିଜ ଖବର କାଗଜରେ ଉଲ୍ଲେଖ କରିଛନ୍ତି ଯେ ଜଗବନ୍ଧୁ ନାଏକ ୩୫,୦୦୦ ଇଟା ଗଢ଼ି ଥିଲେ ଜଗବନ୍ଧୁ ମେଡିକାଲ କାମରେ ବୁର୍ଲା ଯାଇଥିବା ସୁଯୋଗ ନେଇ ଗୋପାଳ ହାତୀ ତାଙ୍କ ୩୦,୦୦୦ ଇଟା ଚୋରି କରି ନେଇଛନ୍ତି l ପୁଣି ୧୫/୦୬ରେ ଇଟା ଗଢିଥିବା ୩୫,୦୦୦ ଇଟା ମଧ୍ୟରୁ ଜଗବନ୍ଧୁ ୭୦୦୦ ଇଟା ନିଜ କାମରେ ବ୍ୟବହାର କରିଥିବା ଉଲ୍ଲେଖ କରିଛନ୍ତି l ଖବର କାଗଜରେ ପ୍ରକାଶିତ କରାଯାଇଥିବା ଦୁଇ ଗୋଟି ଖବର ଉଭୟଙ୍କ ମଧ୍ୟରେ ତାଳମେଳ ରହୁନାହିଁ l କିନ୍ତୁ ଫୋଟୋ ଚିତ୍ରରୁ ସ୍ପଷ୍ଠ ଜଣା ପଡୁଛି ଏବେ ମଧ୍ୟ ଇଟା ଭାଟି ରେ ୨୫,୦୦୦ରୁ ଉର୍ଦ୍ଧ ଇଟା ରହିଛି l ଜଣେ ଜନ ପ୍ରତିନିଧିଙ୍କ ବିରୁଦ୍ଧରେ ଉଦ୍ଦେଶ୍ୟ ମୂଳକ ଭାବରେ ବାରମ୍ବାର ଏଭଳି ମିଥ୍ୟା ଖବର ପ୍ରସାରଣ କରାଯାଉଥିବା ଫଳରେ ସରପଞ୍ଚ ଗୋପାଳ ହାତୀଙ୍କ ପରିବାର ସମାଜରେ ଅପମାନ ହେବା ସହ ମାନସିକ ଚାପରେ ରହୁଛନ୍ତି | ଘଟଣା ବାବଦରେ ଗୋପାଳ ହାତୀଙ୍କୁ ଇଟା ଚୋରି ଘଟଣା ବାବଦରେ ପଚାରି ବୁଝିବାରୁ ଶ୍ରୀ ହାତୀ କହିଛନ୍ତି ଇଟା ଭାଟିରୁ ସେ ଯଦି ଗୋଟିଏ ଭି ଇଟା ନେଇ ଥିବା ପ୍ରମାଣ ହେଇଯିବ ତାହେଲେ ସେ ଆଇନ ଅନୁଯାୟୀ ତାଙ୍କୁ ଯାହା ଦଣ୍ଡ ଦିଆ ଯିବ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି l ରଥ ବାଗ ଓ ରିମାଞ୍ଚଲ୍ ସାହୁ ଟୁକୁ ନାଏକଙ୍କ ଇଟା ଭାଟିରୁ ଇଟା ନେବା ପାଇଁ ତାଙ୍କ ଟ୍ରାକ୍ଟର ଡ଼୍ରାଇଭରଙ୍କ ସହ କଥା ହେଇ ଟ୍ରାକ୍ଟର ଭଡ଼ାରେ ନେଇଥିଲେ | କିନ୍ତୁ ଭୁଲ ବଶତ ଶ୍ରମିକ ମାନେ ଜାଣି ନପାରି ଜଗବନ୍ଧୁ ନାଏକଙ୍କ ଇଟା ଭାଟି ରୁ ପାଖା ପାଖି ୩୦୦ ରୁ ୪୦୦ ଇଟା ଟ୍ରାକ୍ଟର ରେ ଲୋଡ୍ କରିଥିଲେ | ପରେ ଟୁକୁ ନାଏକ ଆସି ଶ୍ରମିକ ମାନଙ୍କୁ କହିଥିଲେ ଏହି ଇଟାଭାଟି ମୋର ନୁହେଁ ଆପଣ ମାନେ ମୋଭାଇ ଜଗବନ୍ଧୁ ନାଏକ ର ଇଟା ଭାଟି ରୁ ଇଟା ଲୋଡ କରୁଛନ୍ତି | ଆପଣଏହି ଇଟା ମାନଙ୍କୁ ପୁର୍ନବାର ରଖିଦିଅନ୍ତୁ ବୋଲି କହିବା ସହ ତାଙ୍କ ଇଟାଭାଟିକୁ ନେଇଥିଲେ | ଏଠି ପ୍ରଶ୍ନ ଉଠୁଛି ଆଉ ଇଟା ଚୋରି ହେଲା କେତେବେଳେ ? ଟିକେ ଭଲକି ଦେଖନ୍ତୁ ଏହି ଇଟାଭାଟିର ଦୃଶ୍ୟକୁ l ଇଟା ଗତ ୮ ମାସ ଧରି ଜଉ ଭଳି ଭାବରେ ରଖାଯାଇଥିଲା ଇଟା ଗୁଡ଼ାକ ଭାଟିରେ ସେହିପରି ପଡ଼ି ରହିଛି | ଗୋପାଳ ହାତୀ କହିବା ଅନୁଯାୟୀ ଶ୍ରମିକ ମାନେ ଭୁଲରେ କିଛି ଇଟା ଟ୍ରାକ୍ଟରରେ ଲୋଡ କରିଥିଲେ ପରେ ତାକୁ ହାଇଡ୍ରୋଲିକ କରି ତଳେ ରଖିଦେଇଥିଲେ l ଫଳରେ କିଛି ଇଟା ଭାଙ୍ଗି ଯାଇଥିଲା l ଜଗବନ୍ଧୁ ନାଏକ ଭାଙ୍ଗି ଯାଇଥିବା ୪୦୦ ଇଟା ବଦଳରେ ତାଙ୍କୁ ୩୦,୦୦୦ ଟଙ୍କା ଦାବି କରିଥିଲେ କିନ୍ତୁ ସରପଞ୍ଚ ଗୋପାଳ ହାତୀ ଏତେ ଟଙ୍କା ତାଙ୍କୁ ଦେବାକୁ ମନା କରି ଦେଇଥିଲେ l କଥା ମାତ୍ର ଏତିକି l ମୌକାର ସୁଯୋଗ ନେଇ କିଛି ଦୁର୍ବୃତ ରାଜନୈତିକ ଷଡ଼ଯନ୍ତ୍ର କରି ଜଗବନ୍ଧୁକୁ ମୋହୋରା କରି ସରପଞ୍ଚ ଗୋପାଳ ହାତୀଙ୍କ ବିରୁଦ୍ଧରେ ମିଛ କେସ କରିଛନ୍ତି ବୋଲି ଗୋପାଳ ହାତୀ କହିଛନ୍ତି l ଉକ୍ତ ଘଟଣାକୁ ଆଧାର କରି ଥାନାରେ ମାମଲା ରୁଜୁ ହେଲା l କିଛି ଗଣମାଧ୍ୟମ ଘଟଣା ବାବଦରେ କିଛି ନ ଜାଣି ସରପଞ୍ଚଙ୍କ ବିରୁଦ୍ଧରେ ବାରମ୍ବାର ମିଥ୍ୟା ଖବର ପ୍ରକାଶନ କଲେ l ଯାହା ଫଳରେ ଗୋପାଳ ହାତୀ ବର୍ତ୍ତମାନ ମାନସିକ ଚାପରେ ଅଛନ୍ତି l ବିନା ଚୋରିରେ ବିଭିନ୍ନ ମାହୋଲରୁ ନିନ୍ଦା ଅପମାନର ଶିକାର ହେଲେ ବାଗପୁର ସରପଞ୍ଚ | ପୋଲିସର ପ୍ରାଥମିକ ତଦନ୍ତରୁ ଯାହା ସୂଚନା ମିଳିଛି ଘଟଣା ସମ୍ପୂର୍ଣ୍ଣ ମିଥ୍ୟା କୌଣସି ଇଟାଚୋରି ହେଇ ନଥିବା ପ୍ରକାଶ କରିଛନ୍ତି ନର୍ଲା ଥାନା ଅଧିକାରୀ l ଉକ୍ତ ଘଟଣା ବାବଦରେ ସମ୍ପୂର୍ଣ୍ଣ ଖବର ଜାଣିଥିବା ସେହି ଗ୍ରାମର ଟୁକୁ ନାଏକ, ଭାସ୍କର ନାଏକ, ବିଷ୍ଠୁ ନାଏକ, ଗଙ୍ଗା ରଣା, ଲଳିତ ରଣା, ରଥ ବାଗ, ରିମାଞ୍ଚଲ୍ ସାହୁ, ଗିରିଧାରୀ କରୁଆଁ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ, ରାଜନୈତିକ ଷଡ଼ଯନ୍ତ୍ରର ଚକ୍ରବ୍ୟୁହ ରେ ସରପଞ୍ଚ ଗୋପାଳ ହାତୀଙ୍କୁ ପଶାଇଛନ୍ତି ବୋଲି ସମସ୍ତ ସାକ୍ଷୀ ମତ ପ୍ରକାଶ କରିଛନ୍ତି | ସେପଟେ ନର୍ଲା ସରପଞ୍ଚ ସଙ୍ଘ ର ସଭାପତି ଅନ୍ତରାମ ମାଝୀ କହିଛନ୍ତି ଯଦି ଉଚିତ୍ ତଦନ୍ତ କରି ସରପଞ୍ଚଙ୍କ ବିରୁଦ୍ଧରେ ରଚିଥିବ ଷଡ଼ଯନ୍ତ୍ରକାରୀଙ୍କ ବିରୁଦ୍ଧରେ ଯଦି ଉଚିତ୍ ପଦକ୍ଷେପ ନିଆ ନ ଯାଏ ତାହେଲେ ନର୍ଲା ସରପଞ୍ଚ ସଂଘ ତଥା ସମସ୍ତ ସମିତି ସଭ୍ୟ ରାଜ ରାସ୍ତାକୁ ଓହ୍ଲାଇବା ସହ ଥାନା ଆଗରେ ଧାରଣା ରେ ବସିବେ ବୋଲି କହିଛନ୍ତି ।