ଫୋକସ ପ୍ଲସ ୩୦/୫/୨୨(ରାଇରଙ୍ଗପୁର):ସରକାର ସ୍ବଚ୍ଛତା ର ବାର୍ତ୍ତା ବାଣ୍ଟୁ ଥିବା ବେଳେ ବିଭାଗୀୟ ଅଧିକାରୀ ନିଜେ ନିୟମର ଖୁଲମଖୁଲା ଉଲଂଘନ କରୁଛନ୍ତି ଏହି ପରି ଘଟଣା ଦେଖିବାକୁ ସୁନ୍ଦରଗଡ଼ ପୌର ପାଳିକା ରେ ।ସୁନ୍ଦରଗଡ଼ ପୌରପାଳିକାର ୱାର୍ଡ ନମ୍ବର ସତର ରେ ଗତ କାଲି ବସ୍ତି ବାସିନ୍ଦା ମାନେ ପ୍ରାୟ ଚାରି ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଜାମ କରି ରଖିଥିଲେ।ତାର କାରଣ ତାଙ୍କ ବସ୍ତି ଅଞ୍ଚଳରେ ସହରରେ ଯେତେ ଅଳିଆ ଆବର୍ଜନା କୁ ଆଣି ପୌରପାଳିକାର ଆବର୍ଜନା ବୋହି ଆଣୁ ଥିବା ଗାଡ଼ି ସେଠାରେ ନିର୍ମିତ ଅଳିଆ ଆବର୍ଜ୍ଜନା ଡିପୋ ରେ ପକାଉ ଥିବାରୁ ତାର ଦୁର୍ଗନ୍ଧ ରେ ଅଞ୍ଚଳ ବାସୀ ରହି ପାରୁ ନାହାଁନ୍ତି।କେବଳ ସେତିକି ନୁହେଁ ସେମାନେ ପ୍ରସ୍ତୁତ କରୁଥିବା ଖାଦ୍ୟ ବି ଗନ୍ଧି ଯାଉଥିବା ଓ ମଶା ମାଛି ଙ୍କ ଯୋଗୁଁ ବିଭିନ୍ନ ପ୍ରକାର ରୋଗର ଆଶଂକା ଥିବା କଥା ସେମାନେ କହୁଛନ୍ତି।ଏନେଇ ପୂର୍ବରୁ ବହୁ ଥର ପ୍ରଶାସନ ଅଧିକାରୀ ଓ ପୌର ପରିଷଦ ଅଧିକାରୀଙ୍କୁ ଜଣାଇ ଥିଲେ ମଧ୍ୟ ଏନେଇ କୌଣସି ନିଆଯାଉ ନାହିଁ।ଶେଷରେ ପୌର ପରିଷଦର ଅଧିକାରୀ ମାନେ ଆସି ଏକ ମାସ ମଧ୍ୟରେ ଏହାର ସମାଧାନ କରିବାର ପ୍ରତିଶୁତି ଦେବା ପରେ ସେମାନେ ଆନ୍ଦୋଳନ ରୁ ଓହୋରି ଯାଇଥିଲେ।ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ କେତେ ଶୀଘ୍ର ସମସ୍ୟାର ସମାଧାନ କରୁଛନ୍ତି ।
ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ ଫୋକସ ପ୍ଲସ