ଫୋକସ ପ୍ଲସ (ଦଶମନ୍ତପୁର)୦୯/୦୭/୨୦୨୨: ଖବର ଲେଖିବା ପରେ ପ୍ରଶାସନ ମହଲରେ ତତ୍ପରତା ଦେଖାଦେଇଛି। ଏହାର ପ୍ରଭାବରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ୭ ମାସ ର ଭତ୍ତା ଟଙ୍କା ପ୍ରଶାସନ ପ୍ରଦାନ କରିଥିବା ଜଣାପଡିଛି। ଏହି ଘଟଣା ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଦୁଆର ଶୁଣି ପଞ୍ଚାୟତ ଅଧିନସ୍ଥ ହଳଦୀ ସିଲ୍ ଗାଁ ର ଦୃଶ୍ୟ। ଗତ ସାତ ମାସ ଧରି ବୃଦ୍ଧ ବୃଦ୍ଧା ମାନଙ୍କୁ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜାଣି ଶୁଣି ବିଭିନ୍ନ ଆଳ ଦେଖାଇ ବୁଲାଉ ଥିଲେ। ବାରମ୍ବାର ଭତ୍ତା ଟଙ୍କା ପାଇଁ ପଞ୍ଚାୟତ ଓ ବ୍ଲକ ରେ ଯାଇ ନିଜ ଭତ୍ତା ଟଙ୍କା ମାଗୁଥିଲେ। ହେଲେ କେହି ସେମାନଙ୍କ ଗୁହାରି କୁ କର୍ଣ୍ଣପାତ କରି ନଥିଲେ। ଫଳରେ ବାଧ୍ୟ ହୋଇ ଗତ ୪ ତାରିଖ ଦିନ ୧୫ ଜଣ ହିତାଧିକାରୀ ବିଡ଼ିଓ ଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରିଥିଲେ। ଏଥିରେ ଖବର ପେପର୍ ରେ ବିସ୍ତୃତ ଭାବେ ପ୍ରକାଶ ପାଇଥିଲା। ଏହା ର ପଭାରେ ଗତ ୭ ତାରିଖ ଦିନ ବ୍ଲକ ସାମାଜ ମଙ୍ଗଳ ଅଧିକାରୀ ଗୈାତମ ଖୋସଲା ହଳଦୀ ସିଲ୍ ଗାଁ ରେ ଯାଇ ୧୫ ଜଣ ହିତାଧିକାରୀ ମାନଙ୍କୁ ଡାକି କିଏ କେତେ ଭତ୍ତା ଟଙ୍କା ପାଇବେ ତାହା ପଚାରି ପ୍ରଦାନ କରିଥିଲେ। ଅନ୍ୟ ପଟେ ୧୫ ଜଣ ଙ୍କ ସୋର୍ବ ମୋଟ ୩୭ ହଜାର ୬୦୦ ଟଙ୍କା ପ୍ରଦାନ କରିଥିବା ବି ଏସ୍ ଏସ୍ ଓ ପ୍ରକାଶ କରିଛନ୍ତି।