ଫୋକସ ପ୍ଲସ(ତେନ୍ତୁଳିଖୁଣ୍ଟି)୦୮/୦୮/୨୦୨୨:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟ ପଣସପଦର ଗ୍ରାମର ଆଦିବାସୀ ସାହିର ସୁବାଷ ଚନ୍ଦ୍ର ନାୟକ ଙ୍କ ଘର ସୋମବାର ସକାଳ ସମୟରେ ବର୍ଷାରେ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ବର୍ଷା ହେବା ଯୋଗୁଁ ପରିବାର ର ସମସ୍ତେ ଘର ବାରଣ୍ଡାରେ ବସିଥିବା ବେଳେ ତାଙ୍କ ଘରର ପଛପଟର କାନ୍ଥ ଭୁଶୁଡି ପଡିଲା। ଘର ଭିତରେ ଥିବା ଜିନିଷ ପତ୍ର ନଷ୍ଟ ହଇଯାଇଥିଲା । ଘର ର ୨ କାନ୍ଥ ଭୁଶୁଡି ଯାଇଥିଲା ଫଳରେ ପରିବାର ର ଲୋକେ ଭାଙ୍ଗି ପଡିଥିଲେ । ସୂଚନାଯୋଗ୍ୟ ଯେ ବର୍ଷାରେ ଘର ଭିତରେ ପାଣି ପଡୁଥିବା ବେଳେ ରାଜସ୍ୱ ନିରିକ୍ଷକଙ୍କ ପାଖକୁ ଯାଇଥିଲେ । ସୁବାଷଙ୍କୁ ରାଜସ୍ବ ଅଧିକାରୀ ଜରି ପାଲ ଦେଇ ତାଙ୍କୁ ସେଠାରୁ ପଠାଇଦେଇଥିଲେ । ସରକାରଙ୍କ ଯୋଜନା ଗରିବ ପରିବାର ଯୋଜନା ର ଲାଭ ଉଠାଇ ପାରୁନାହାନ୍ତି ତେବେ ଯୋଜନା ର ମୂଲ୍ୟ କିଛି ନାହିଁ ବୋଲି ସୁବାଷ କହିଛନ୍ତି। ଏଥିପାଇଁ ଦାୟୀ କିଏ ? ସୁବାଷnk କହିବା ଅନୁଯାୟୀ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ଚେଷ୍ଟା କରିଥିଲେ କିନ୍ତୁ ଚେଷ୍ଟା ସଫଳ ହୋଇ ନାହିଁ ଏହି ସାହିଟି ଦିଗି ପଞ୍ଚାୟତ ଅଧୀନରେ ଅଛି । ଦିଗି ପଞ୍ଚାୟତ ସରପଞ୍ଚ କିଶୋର ନାୟକ ଖବର ପାଇ ସୁବାଷ ଙ୍କ ଘରେ ପହଞ୍ଚିଥିଲେ । ସରକାରଙ୍କ ଯାହା ସୁବିଧା ଅଛି ତାହା ମୁଁ ଆପଣମାନଙ୍କୁ ଜଗେଇବି କୋଇ ସରପଞ୍ଚ ବାବୁ ତାଙ୍କ ପ୍ରତିକ୍ରିୟା ରଖି ଚାଲିଯାଇଥିଲେ।