ବନ ମହୋତ୍ସବ ଓ ସବୁଜ ଦିବସ ପାଳନ

ଫୋକସ ପ୍ଲସ (ଭୁବନ) ୦୮/୦୭/୨୦୨୨: ପ୍ରତି ବର୍ଷ ଜୁଲାଇ ମାସ ର ପ୍ରଥମ ସପ୍ତାହ କୁ ବନ ମହୋତ୍ସବ ସପ୍ତାହ ଭାବରେ ପାଳନ କରାଜାଉ ଅଛି । ଏହି ଉତ୍ସବ କୁ ପ୍ରତ୍ୟେକ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ମନ ଖୁସିରେ ପାଳନ କରନ୍ତି। ଏହିଭଳି ଏକ ମହୋତ୍ସବ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ NAC ମଧ୍ୟରେ ଥିବା ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ । ସବୁ ବର୍ଷ ପରି ଏ ବର୍ଷ ଛାତ୍ର ଛାତ୍ରୀ ମାନେ ବକୃତା, କବିତା , ଗଳ୍ପ , ପୋଷ୍ଟର ଓ ରଙ୍ଗୋଲି ମାଧ୍ୟମରେ ଏହି ମହୋତ୍ସବ ର ମହତ୍ତ୍ଵ କୁ ପ୍ରତିପାଦନ କରିବା ସହିତ ସମାଜକୁ ଦିଗ୍ ଦର୍ଶନ ଦେଇଥିଲେ । ଗଛ ବିନା କୌଣସି ପ୍ରାଣୀ ବଞ୍ଚିବା ଅସମ୍ଭବ । ଯେପରି ଜଳ ବିନା ପ୍ରାଣୀ ବଞ୍ଚିବା ଅସମ୍ଭବ । ଏଣୁ ପ୍ରତ୍ୟେକ ମଣିଷ ପ୍ରତି ବର୍ଷ ଗୋଟେ ଗୋଟେ ଗଛ ଲଗାଇବା ଉଚିତ୍ ବୋଲି ଛାତ୍ର ଛାତ୍ରୀ କହିଥିଲେ । ଏହି ମହୋତ୍ସବ ପାଳନ ଦ୍ଵାରା ବୃକ୍ଷର ଆବଶ୍ୟକତା ଓ ମାହାତ୍ମ୍ୟ ବିଷୟରେ ପିଲା ମାନଙ୍କ ମଧ୍ୟରେ ଧାରଣା ହେବା ସହିତ ଭବିଷ୍ୟତରେ ସେମାନେ ସମାଜ ପ୍ରତି ଓ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ବେହେରା ଓ ପ୍ରତ୍ୟେକ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହାୟତାରେ ଛାତ୍ର ଛାତ୍ରୀ ମାନେ ଏହି ସବୁଜ ଦିବସ ବନ ମହୋତ୍ସବ କୁ ଆନଦ ଉଲାସ ର ସହିତ ପାଳନ କରିଛନ୍ତି । ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଶ୍ରୀମତୀ ମିନତି ଦଳେଇ।

ଭୁବନରୁ ଚୈତନ୍ୟ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *