ବନ୍ୟା ଅଞ୍ଚଳ ପରିଦର୍ଶନ କେଲ ପିସିସି ସଭାପତିଙ୍କ

ଫୋକସ ପ୍ଲସ(ବାଲିଆପାଳ)୨୪/୦୮/୨୦୨୨:ଆଜି ବାଲେଶ୍ୱର ଜିଲ୍ଲା ବସ୍ତା,ବାଲିଆପାଳ ବ୍ଲକର ବିଭିନ୍ନ ସ୍ଥାନରେ ସ୍ଥାନୀୟ ଜନସାଧାରଣ,ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବନ୍ୟା ଅଞ୍ଚଳ ପରିଦର୍ଶନ କରି ବନ୍ୟାର କ୍ଷୟକ୍ଷତି ସମୀକ୍ଷା କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ପୂର୍ବତନ ସଦର ବିଧାୟକ ଜୀବନ ପ୍ରଦୀପ ଦାସ, ବସ୍ତା ବ୍ଲକ ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା, ବାଲିଆପାଳ ବ୍ଲକ ସାଂସଦ ପ୍ରତିନିଧି ମହେଶ୍ୱର ଜେନା, କମଳ ଲୋଚନ ଦାସ, ରାଧାକୃଷ୍ଟ ବେହେରା,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଅରବିନ୍ଦ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, ରେମୁଣା ପୂର୍ବତନ ବିଧାୟକ ଗୋବନ୍ଦ ଦାସ, ଶୁଭନା ମହାନ୍ତି, ସତ୍ୟଜିତ ମିଶ୍ର, ବର୍ଷାରାଣୀ ପଢ଼ିଆରୀ, ଦେବେନ୍ଦ୍ର ପିଲା, ଖପରାପଦା ମଣ୍ଡଳ ସଭାପତି ଲଷ୍ମୀଧର ପ୍ରଧାନ, କାଳିପଦା ମଣ୍ଡଳ ସଭାପତି ସତ୍ୟାନନ୍ଦ ମହାନ୍ତି, ଭୁର୍ଗୁରାମ ବିଶ୍ୱାଳ, ସତ୍ୟରଞ୍ଜନ ମଣ୍ଡଳ,ଅକ୍ଷୟ ପାତ୍ର, ବିକାଶ ଗିରି,ଅଜିତ ପଟ୍ଟାୟତ, ଗଗନ ସାହୁ,ସୁଦାମ ଦାସ,ବାଲିଆପାଳ ପଂଚାୟତ ସଭାପତି ଗଜେନ୍ଦ୍ର ନାଥ ଜେନା ବନ୍ୟା ଅଂଚଳ ପରିଦର୍ଶନ କରିଥିଲେ l ବନ୍ୟା ଅଞ୍ଚଳ ବୁଲୁଥିବା ବେଳେ ବାଲିଆପାଳ ଗ୍ରାମ ପଂଚାୟତ ଆଠବାଟିଆ ଗ୍ରାମ ର ଜଣେ ଗର୍ଭବତୀ ମହିଳା ସାଂସଦ ଙ୍କୁ ଅଭିଯୋଗ କରିଥିଲେ ପ୍ରଶାସନ କି ସରପଞ୍ଚ ଖାଇବା ପିଇବା କିଛି ବି ବ୍ୟବସ୍ତା ଆମପାଇଁ କରିନାହାଂତି ସେ ମହିଳା ଜଣକୁ ସାଂସଦ ପାଉଁରୁଟି ଓ ବିସ୍କୁଟ ଦେଇଥିଲେ l ବାଲିଆପାଳ ବ୍ଲକ ରେ ପିଡି, ବିଡ଼ିଓ, ତହସିଲଦାର ଓ RWSS ଜେଇ ଙ୍କ ସହିତ ବନ୍ୟା ଘେରରେ ଥିବା ଲୋକମାନଙ୍କୁ କେଉଁ ପ୍ରକାର ର ସୁବିଧା ଦିଆଯାଇଛି ତାର ରିପୋର୍ଟ ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ ଉପସ୍ଥାପନା କରିବା ପାଇଁ କହିଥିଲେ l ଗତକାଲି ର ରିପୋର୍ଟ ଏବେ ଦେବାକୁ ବିଡ଼ିଓକୁ ଦେବାପାଇଁ କହିଥିଲେ ଓ ଜିଲ୍ଲାପାଳ ତଥା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶ ଦେଲେ ବନ୍ୟା ରେ ଲୋକଙ୍କ କ୍ଷୟ ଖେତୀ ର ଆକଳନ କରି ରାଜନୀତି କରଣ, ଅନ୍ତର ପାନ୍ତର ନ କରି ଗରିବ ଲୋକଙ୍କୁ ସବୁ ପ୍ରକାରର ସୁବିଧା ସୋଯଗ ଦେବାକୁ ମଧ୍ୟ୍ୟ କହିଥିଲେ l ପ୍ରଶାସନ କେବଳ ଦଳର ଲୋକଙ୍କୁ ସୁବିଧା ଦେଉଥିବା ସାଂସଦଙ୍କ ପାଖରେ ବନ୍ୟା ପାଣୀ ଘେରରେ ଥିବା କିଛି ପରିବାର ଅଭିଯୋଗ କରିଥିବା ଉପରେ ମଧ୍ୟ୍ୟ ସାଂସଦ ବିଡ଼ିଓ ସହିତ ଆଲୋଚନା କରିଥିଲେ l

 

ବାଲିଆପାଳ ରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକ୍ସ ପ୍ଲସ |

Leave a Reply

Your email address will not be published. Required fields are marked *