ବନ୍ୟା ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପରିଷଦ

ଫୋକସ ପ୍ଲସ(ବାଲେଶ୍ୱର)୨୧/୦୮/୨୦୨୨: ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାର ପ୍ରମୁଖ ନଦୀ ଏବେ ଉବୁଟୁବୁ ହେଉଛି l ଗତ ସାତ ତାରିଖରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହେଇପଡ଼ିଛନ୍ତି l ତେଣୁ ବାଲେଶ୍ୱର ଜିଲ୍ଲାର ତିନୋଟି ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି l ଯାହାଫଳରେ ତଳିଆ ଅଞ୍ଚଳରେ ବସବାସ କରୁଥିବା ବାଲିଆପାଳ ବ୍ଲକର ଦଶ ବାରଟି ପଂଚାୟତ ଏବେ ଜଳମଗ୍ନ ହୋଇଯାଇଛି ତେଣୁ ଏଭଳି ପରିସ୍ଥିତି ଦେଖି ବାଇଶି ନମ୍ବର ଜୋନର ଜିଲ୍ଲାପରିଷ ଓ ବ୍ଲକ ସଭାପତି ଆଜି ତାଙ୍କ ଜୋନଂ ଆସି ବିଭିନ୍ନ ପଂଚାୟତ ପରିଦର୍ଶନ କରିବା ସହ ଲୋକଙ୍କ ଦାବି ଗୁଡିକ କେମିତି ଅତି ଶୀଘ୍ର ପୂରଣ ହୋଇପାରିବ ସେ ବାବଦରେ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ଓ ଆଗାମୀ ଦିନରେ ଏମିତି ବନ୍ୟ ଜଳ ଆସିଲେ ସାଧାରଣ ଲୋକେ ମାନେ ଏଭଳି ଅସୁବିଧାରେ ସମ୍ମୁଖୀନ ନହୁଅନ୍ତୁ ସେଥିପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ଓ ଛହଜାର ହେକ୍ଟର ଚାଷ ଜମି ଏବେ ଲୁଣି ପାଣି ଘେରରେ ରହିଅଛି ତେଣୁ ଚାଷୀ ମାନେ ଏବେ ଚିନ୍ତାରେ ଅଛନ୍ତି ସେମାନେ କେମିତି ସରକାରଙ୍କ ତରଫରୁ ସାହାଯ୍ୟ ପାଇପାରିବେ ସେବାଦରେ ସରକାରଙ୍କୁ ଅନୁରୋଧ କରିଛନ୍ତି ଓ ସେହିପରି ଯୋଉଁସବୁ ୱlର୍ଡରେ ପାଣି ପଶିଯାଇ ଘରଗୁଡ଼ିକ ଭାଙ୍ଗିଯାଇଛି ସେମାନଙ୍କୁ କେମିତି ବାସ ଗୃହ ମିଳିପାରିବ ସେବାବଦରେ ଲୋକମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଶ୍ରୀଯୁକ୍ତ ସେଠୀ, ବାଲେଶ୍ୱର ଜିଲ୍ଲା ବସ୍ତା ରୁ ଚାନ୍ସେଲର |

ବାଲିଆପାଳ, ବାଲେଶ୍ୱର ରୁ ଚାନ୍ସେଲର ରାଉତ ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *