ବନବିଭାଗ ଗାଡ଼ିକୁ ଧକ୍କା ଦେଲା କାଠ ବୋଝେଇ ଗାଡି

ଉଦଳା ବନବିଭାଗ ପକ୍ଷରୁ ଏକ ଚୋରା ଶାଗୁଆନ ବୁଝେଇ କାଠ ଗାଡି ବାଲେଶ୍ଵର ଯାଉଥିବା ଖବର ପାଇ କନ୍ହେଇବନ୍ଧ ନିକଟରେ ଜଗିଥିବା ବେଳେ କାଠ ବୋଝେଇ ଟାଟା ଗାଡି ବନବିଭାଗ ଗାଡ଼ିକୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା । ଉଦଳା ବନବିଭାଗ ଓ ସ୍ଥାନୀୟ ଗ୍ରାମବାସୀମାନେ ଚାଳକକୁ ମାଡ଼ି ବସିଥିବା ବେଳେ ଦୁଇ ଲେବର ଖସିଯିବାକୁ ସମର୍ଥ ହୋଇଛନ୍ତି ।କାଠ ବୋଝେଇ ଗାଡ଼ିକୁ ଜବତ କରାଯାଇ ଉଦଳା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି ।ଏହି ଶାଗୁଆନ କାଠ ବୁଝେଇ ଗାଡି କୁଣ୍ଡାବାଇ ଅଞ୍ଚଳରୁ ବାଲେଶ୍ଵର ଜିଲ୍ଲାକୁ ଚାଲାଣ ହେଉଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ କି ଉଦଳାର ଜୈନେକ ପୁର୍ବତନ ବନବିଭାଗ କର୍ମଚାରୀ ଓ କାଠ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଏକ ବର୍ଷ ହେବ ବନବିଭାଗ ଗାଡି ଧରିବାକୁ ବିଫଳ ହେଉଥିଲା ମାତ୍ର ସେହି ବ୍ୟକ୍ତିଙ୍କ ବଦଳି ପରେ ଏବେ ଏକମାସ ମଧ୍ୟରେ ୪ଟି କାଠ ବୋଝେଇ ଗାଡି ସହିତ ଚାଳକକୁ ଗିରଫ କରିବାରେ ସଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *