ଫୋକସ ପ୍ଲସ (ଢେଙ୍କାନାଳ)୨୨/୦୭/୨୦୨୨: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଖଙ୍କିରା ବନଖଣ୍ଡ ଷଡ଼ଙ୍ଗୀ ରେଞ୍ଜ ଅଧୀନରେ ଥିବା ଖଙ୍କିରା ବନ ବିଭାଗ ବିଟ ହାଉସ ରେ ରଶ୍ମିରଂଜନ ଦାସଙ୍କୁ ନେଇକି ଅନେକ ବାଦ ବିବାଦ ଉପୁଜୁଛି l ଖଙ୍କିରା ଗ୍ରାମବାସୀ ଅଭିଯୋଗ କରିବା ସତେ କୋଣସି ପଦେକ୍ଷପ ନେଉନାହାନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ତାଙ୍କୁ ଫୋନ ଯୋଗେ ଆମ ର ପ୍ରତିନିଧି ଯୋଗାଯୋଗ କରିଥିଲେ ସେ କହିଥିଲେ ଯେ ଯିଏ ଭଲ କାମ କରିବ ତାକୁ ମୋ ଇଛା ଅନୁସାରେ ମୁ ସେଇ ଜାଗାରେ ରଖିବି ଦେବି ଏଠି ପ୍ରଶ୍ନ ଉଠୁଛି? ଯାହାଙ୍କ ନାମରେ ଏତେ ଦୃନୀତି ମୂଳକ ଅଭିଯୋଗ ଆସୁଛି ସେ କେମିତି ବନଖଣ୍ଡ ଅଧିକାରୀ ଙ୍କ ପ୍ରିୟପାତ୍ର ହେଲେ |ନା ଅଭ୍ୟାରଣ କୁ ଯୋଉଁ ପଇସା ଆସୁଛି ତାକୁ ନେଇକି ବନଖଣ୍ଡ ଅଧିକାରୀ ଙ୍କ ପ୍ରିୟପାତ୍ର ପାଲଟିଛନ୍ତି ରଶ୍ମିରଂଜନ ଦାସ |ଵର୍ତମାନ ଜନସାଧାରଣ ଆଲୋଚନା ର ବିଷୟ ପାଲଟିଛି |ଜଣେ ବନବିଭାଗ ଜଗୁଆଳି ଭାବରେ କାର୍ଯ୍ୟ କରୁଥିବା ରଶ୍ମିରଂଜନ ଦାସ ତାଙ୍କର ବନଖଣ୍ଡ ଅଫିସର ଭାବରେ ଆଠମଲ୍ଲିକ କୁ ବଦଳି ହୋଇଥିଲା ସେ ଖଙ୍କିରା ବିଟ ହାଉସ ରୁ ଗୋଟେ ଦିନ ନ ଯାଇକି କେମିତି ସେ ଜାଗାରେ ବନଖଣ୍ଡ ଅଫିସର ଭାବରେ କାର୍ଯ୍ୟ କରୁଛନ୍ତି |ଏ ସମ୍ପର୍କ ଗ୍ରାମର ବୁଦ୍ଧି ଜୀବୀମାନେ RCCF ଅନଗୁଳ କୁ ଜଣେଇଥିଲେ ମଧ୍ୟ କୋଣସି ପଦକ୍ଷପ ନିଆଯାଇନାହଁ |ସରକାର ଙ୍କ ଆଇନ ଅନୁଯାଇ କୋଣସି ସରକାରୀ ଅର୍ଥ ଜଣେ ଲୋକ ର ଜାଗାରେ ଲାଗିପାରିବନାହିଁ ଏଠି କିନ୍ତୁ ଖାଙ୍କିରା ବନଖଣ୍ଡ ଓଲଟା ହୋଉଛି l ଏଠି ଉପରିସ୍ଥ ଅଧିକାରୀ ମାନେ କାଯ୍ୟନୁଷ୍ଠାନ ନେବା ବଦଳରେ ସହଯୋଗ କରୁଛନ୍ତି l ଏଠି ଏକର ଏକର ମୂଲ୍ୟବାନ ଜଙ୍ଗଲ ନଷ୍ଟ କରି ଆମ୍ବ, ପଣସ ଲଗା ଯାଉଛି l ଯିଏ ଅଭିଯୋଗ କରୁଛି l ତାଙ୍କୁ ଧମକ ଦେଉଛନ୍ତି ଖଙ୍କିରା ବନଖଣ୍ଡ ଅଫିସର ଙ୍କ ଭଡ଼ାଡ଼ିଆ ଗୁଣ୍ଡାମାନେ l ଦେଖାଯାଉ କେତେଦିନ ଏମିତ ଦୁର୍ନୀତି ଗ୍ରସ୍ତ ଅଫିସର ମାନଙ୍କ ମନମାନି ଗଁଦିଆ ଅଂଚଳ ରେ ଚାଲିଥିବ l
ଢେଙ୍କାନାଳ ଗଁଦିଆ ରୁ ପୁଷ୍ପଲତା ସାମଲ ଙ୍କ ରିପୋର୍ଟ ଫୋକସ ପ୍ଲୁସ ଓଡିଶା l