ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ର ୬୦ତମ ପ୍ରତିଷ୍ଠା ଦିବସ ପାଳିତ

ଫୋକସ ପ୍ଲସ (ଆଠଗଡ଼ )୧୪/୦୭/୨୦୨୨: ଆଠଗଡ଼ ଉପଖଣ୍ଡ ର ସର୍ବ ପୁରାତନ କଲେଜ ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ର 60ତମ ପ୍ରତିଷ୍ଠା ଦିବସ ଆଜି କଲେଜ ପରିସରରେ ଅଧ୍ୟକ୍ଷା ଡ଼ଃ ସୁଚିସ୍ମିତା ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ପ୍ରଥମେ କଲେଜ ପରିସରରେ ସ୍ଥାପିତ ହୋଇଥିବା ପ୍ରତିଷ୍ଠାତା ସ୍ୱଗୀୟ ପ୍ରତାପ ଚନ୍ଦ୍ର ପଟ୍ଟନାୟକ ଓ ରାୟବାହାଦୂର ମୋହନ ସୁବୁଦ୍ଧି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାପଣ କରାଯାଇ ଉତ୍ସବ ଆରମ୍ଭ କରାଯାଇଥିଲା I ଉତ୍ସବ ରେ ଅର୍ଥନୀତି ବିଭାଗ ର ପ୍ରଧ୍ୟାପକ ଶ୍ରୀ ବିଶ୍ୱନାଥ ପଟ୍ଟନାୟକ, ଗଣିତ ବିଭାଗ ର ପ୍ରଧ୍ୟାପିକ ଡ଼ଃ ତନୟା ପଟେଲ,ଏକାଡେମୀକ ବରସାର ଶ୍ରୀ ନାରାୟଣ ସାହୁ ଓ ଇଂରାଜୀ ବିଭାଗ ର ମୁଖ୍ୟ ଶ୍ରୀ ମାନଗୋବିନ୍ଦ ପାତ୍ର ପ୍ରମୁଖ ଅତିଥିଭାବେ ଯୋଗଦେଇ ପ୍ରତିଷ୍ଠାତା ଓ ସେ ସମୟରେ ଉଦ୍ୟୋଗୀ ମାନଙ୍କ ର ସ୍ମୁତିଚାରଣ ସହିତ କଲେଜ କିପରି ଆହୁରି ସୁନାମ ଆଣିବ ସେ ବିଷୟରେ ଆଲୋକପାତ କରିଥିଲେ I ଓଡ଼ିଆ ବିଭାଗ ର ମୁଖ୍ୟ ସରିତା ସାହୁ, ଡ଼ଃ ସୁବାସିନୀ ସାହୁ, ଅଧ୍ୟାପକ ସମୀର ରଞ୍ଜନ ପରିଡା ପ୍ରମୁଖ ନିଜର କଲେଜ ର ଉନ୍ନତି ପାଇଁ ଏହି ମଣିଷ ତିଆରି କାରଖାନା ର ଉନ୍ନତି ପାଇଁ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ I ଉକ୍ତ ଉତ୍ସବ ରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରି ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ I ଶେଷରେ କ୍ୟାପଟେନ ସୁଧୀର କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ I

ଆଠଗଡ଼ରୁ କମଳା କାନ୍ତ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ ।

 

Leave a Reply

Your email address will not be published. Required fields are marked *